ଏୟାରପୋର୍ଟ ଧରାପଡ଼ିଲା ୨୫ ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ, ତିନି ଅଟକ

ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟ ଧରାପଡ଼ିଲା ୨୫ ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ । ବେଆଇନ ସିଗାର ଓ ସିଗାରେଟ୍ ଚାଲାଣକୁ ଧରିଲା ଡିଆରଆଇ ଓ କଷ୍ଟମସ ବିଭାଗ । ଆବୁଧାବିରୁ ଭୁବନେଶ୍ୱର ଦେଇ ମୁମ୍ବାଇ ଚାଲାଣ ହେଉଥିଲା ସିଗାର ଓ ସିଗାରେଟ୍ । ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମସ ଟିମ୍ । ଜବତ ସାମଗ୍ରୀ ମଧ୍ୟରେ ରହିଛି ୩୮ ହଜାର ୪୦୦ପ୍ୟାକେଟ ସିଗାରେଟ୍ ।  ୪୦୦୦ ଖଣ୍ଡ ସିଗାର,୧୨୨୮ ଟି ଇ-ସିଗାର କ୍ୟାଟ୍ରିଜ ।  ଏହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି ।  ଏହା ସହ ୧୦ଟି ଲ୍ୟାପଟପ୍ ଓ ୬ ଟି ୱାୟେରଲେସ୍ ମାଇକ୍ରୋଫୋନ ଜବତ ହୋଇଛି ।  କଷ୍ଟମସ ଆକ୍ଟ ୧୯୬୨ରେ ସବୁ ଜିନିଷ କୁ ଜବତ କରିଛି କଷ୍ଟମସ ବିଭାଗ ।

Spread the love