ଓଁ ଉଚ୍ଚାରଣ କଲେ, ଆମର କ’ଣ ଲାଭ ହୋଇଥାଏ ?

୧- ବନ୍ଧୁଗଣ, ନିଶ୍ଵାସ ଯିବା ଆସିବା ସମୟରେ ତାହା ସହିତ ତାଳ ଦେଇ ବାରମ୍ବାର ଓଁ ଜପ କରିବେ । ଏହା କରିବା ଦ୍ଵାରା ପ୍ରାଣ ଶକ୍ତି ର ଊର୍ଜା ବଢିଯିବ । ଶରୀର ଭିତରେ ଯେଉଁ ଶକ୍ତି ଅପଶକ୍ତି ରୋଗ ସୃଷ୍ଟି କରୁଛି, ତାହାକୁ ସଂପୂର୍ଣ୍ଣ ଭାବରେ ନଷ୍ଟ କରିବ ଓଁ ଶକ୍ତି । ସକାଳେ ଉଠୁ ଉଠୁ ୭ ଥର, ମଧ୍ୟାନ ଦିନ ୧୨ ଟାରେ ଯେଉଁଠାରେ ଥାନ୍ତୁ ୭ ଥର । ଅପରାହ୍ନ ରେ ରାତି ଆସୁଥିବ ଦିନ ଯାଉଥିବ ୭ ଥର ନୀତିଦିନ ଯେଉଁ ଲୋକ ଏହାକୁ ଜଗି ପାଠ କରୁଥିବେ, ଊର୍ଜା ପ୍ରାପ୍ତ ହେବ । ଶତ୍ରୁ ସଂହାର ହେବେ, ଦରିଦ୍ରତା ନଷ୍ଟ ହୋଇ ଆତ୍ମିକ ବଳ ପାଇବେ । କେବଳ ଆପଣ ଓଁ ଜପ କରନ୍ତୁ । କାରଣ ପୃଥିବୀର ୩୩ କୋଟି ଦେବତା ଏହି ଓଁ ଶବ୍ଦ ଭିତରେ ଲୁଚିକି ଅଛନ୍ତି ।

୨- ଅନ୍ୟାୟ ଉପାୟ ଦ୍ଵାରା ଉପାର୍ଜନ କରାଯାଇଥିବା ଧନ ୧୦ ବର୍ଷ ରହିଥାଏ ଏବଂ ୧୧ତମ ବର୍ଷରେ ସୁଧ ସମେତ ନଷ୍ଟ ହୋଇଯାଏ ।

୩- ଯେଉଁ ଲୋକ ମଇଳା କପଡା ପିନ୍ଧେ, ଯିଏ ଖାଇଥାଏ, ଯିଏ କଠୋର ଭାଷା କହିଥାଏ, ଏବଂ ଯେଉଁ ଲୋକ ସୂର୍ଯ୍ୟ ଉଦୟ ପରେ ଉଠେ ସେ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ଲକ୍ଷ୍ମୀ କୃପା ପ୍ରାପ୍ତ କରି ନଥାଏ ।

୪- କଣ୍ଟା ଏବଂ ଦୁ-ଷ୍ଟ-ଲୋକ ଠାରୁ ଦୂରରେ ରହିବା ପାଇଁ ହେଲେ ପାଦରେ ଚପଲ ଏବଂ ଲ-ଜ୍ୟା ଲାଗିଲା ଭଳି ଭାଷା ର ପ୍ରୟୋଗ କରିବା ଉଚିତ ।

୫- ଯେଉଁ ବ୍ୟକ୍ତିର ହୃଦୟରେ ପ୍ରତ୍ୟକ ପ୍ରାଣୀଙ୍କ ପ୍ରତି କରୁଣାର ଭାବ ଜାଗୃତ ହୁଏ, ତାଙ୍କର କୌଣସି ଜ୍ଞାନର ମୁକ୍ତିର ଏବଂ ମୁଣ୍ଡରେ ଜଟା ଧାରଣ କରିବାର ଆବଶ୍ୟକ ନଥାଏ ।

୬- ଧନ, ଶସ୍ୟ, ଧର୍ମବାଣୀ ଏବଂ ବିରଳ ଔଷଧ ପ୍ରତ୍ୟକ ଲୋକ ପ୍ରାପ୍ତ କରିବା ନିମନ୍ତେ ପ୍ରୟାସ କରିବା ଉଚିତ । ଏହା ସହିତ ଏ ସବୁ କୁ ସଂରକ୍ଷଣ କରିବା ଉଚିତ ।

୭- ପର ପାଇଁ କରିଥିବା ଉପକାର, ନିଜେ ଖାଇଥିବା ଖାଦ୍ୟ, ସ୍ତ୍ରୀ ସହିତ କରିଥିବା ଆଳାପ ଏବଂ ନିଜ ଘରର ଝଗଡା ବୁଦ୍ଧିମାନ ଲୋକେ ଅନ୍ୟ ଆଗରେ ପ୍ରକାଶ କରିବା ଅନୁଚିତ ।

 

Spread the love