ଓଡ଼ିଶା ଗସ୍ତରେ ଆସିବେ ଜାତୀୟ ଓବିସି କମିଶନ, ୨୯ ତାରିଖରେ ହେବ ଅଭିଯୋଗ ଶୁଣାଣି
ଭୁବନେଶ୍ୱର : ଜାତୀୟ ଓବିସି କମିଶନ ଓଡ଼ିଶା ଗସ୍ତରେ ଆସିବେ । ୨୯ ତାରିଖରେ ହେବ ଜାତୀୟ ଓବିସି ଆପତ୍ତି ଅଭିଯୋଗ ଶୁଣାଣି । କେଉଁ ଜାତିଗୁଡ଼ିକୁ ନୂଆ କରି ଜାତୀୟ ପଛୁଆ ବର୍ଗରେ ସାମିଲ କରିବା ଦରକାର ସେ ନେଇ ସମୀକ୍ଷା ହେବ । ଓଡ଼ିଶାରେ ଶୁଣାଣି କରିବାକୁ ଆସୁଛନ୍ତି ଜାତୀୟ ଓବିସି କମିଶନ । ଏ ନେଇ ସୂଚନା ଦେବା ସହ ରାଜ୍ୟର ଓବିସି ବର୍ଗଙ୍କୁ ଅଂଶଗ୍ରହଣ କରିବାକୁ ଅପିଲ କରିଛନ୍ତି ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳ ।
ଏନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଓବିସି କମିଶନ ରାଜ୍ୟକୁ ଦୁଇଦିନିଆ ଗସ୍ତରେ ଆସୁଛନ୍ତି । ୨୯ ଓ ୩୦ ତାରିଖରେ ତାଙ୍କର ମତାମତ ସଂଗ୍ରହର ରହିଛି ଯୋଜନା । ୨୯ ତାରିଖରେ ରାଜ୍ୟ ଅତିଥି ଭବନରେ ଜନ ଶୁଣାଣି କରିବେ ଜାତୀୟ ଓବିସି କମିଶନ । ଓବିସି ବର୍ଗର ଲୋକେ ଆସି ତାଙ୍କ ସମସ୍ୟା ବାବଦରେ ସେହି ଦିନ କମିଶନଙ୍କୁ ତାଙ୍କର ଅଭିଯୋଗ ଜଣାଇ ପାରିବେ । ଏଥିପାଇଁ ରାଜ୍ୟ ରାଜଧାନୀ ସହ ଅନ୍ୟ ଜିଲ୍ଲାରେ ବି କ୍ୟାମ୍ପ ଲଗାଇବେ କମିଶନ।
