ଓଡିଶା ହାଇକୋର୍ଟ ସରକାରୀ ଚାକିରିରେ ଏସସି ପ୍ରାର୍ଥୀଙ୍କ ନିଷେଧାଦ୍ଦେଶ ନିଷ୍ପତ୍ତିକୁ ରଦ୍ଦ କଲେ, ସରକାରଙ୍କ ନିର୍ଦ୍ଦେଶକୁ ଖାରଜ କଲେ
ଜଣେ ତଫସିଲଭୁକ୍ତ ଜାତି (ଏସସି) ର ପ୍ରାର୍ଥୀଙ୍କୁ ଆଗାମୀ ସବୁଦିନ ପାଇଁ ସରକାରୀ ଚାକିରିରୁ ବରଜ୍ଜିତ ନିଷ୍ପତ୍ତି କରିବା ନେଇ ରାଜ୍ୟ ସରକାରଙ୍କ ଏକ ନିର୍ଦ୍ଦେଶକୁ ଓଡିଶା ହାଇକୋର୍ଟ ରଦ୍ଦ କରିଛନ୍ତି । ଦିବାକର ପାତ୍ର ନାମକ ଉକ୍ତ ବ୍ୟକ୍ତି ସିଭିଲ ଜଜ୍ ପାଇ ଆବେଦନ କଲା ବେଳେ ଆବଶ୍ୟକ ନିର୍ଦ୍ଦେଶନାମା ପାଳନ କରିନଥିଲେ ବୋଲି ଦର୍ଶାଇ ରାଜ୍ୟ ସରକାର ସବୁଦିନ ପାଇଁ ତାଙ୍କୁ ଆଗାମୀ ସରକାରୀ ଚାକିରିରେ ଆବେଦନ କରି ପାରିବେ ନାହିଁ ବୋଲି ନିର୍ଦ୍ଦେଶ କରିଥିଲେ । ତେବେ ହାଇକୋର୍ଟ ସରକାରଙ୍କ ଏହି ସ୍ଥାୟୀ ବର୍ଜ୍ଜନ ନିର୍ଦ୍ଦେଶକୁ ଖାରଜ କରିବା ସହ କେବଳ ଉକ୍ତ ପଦବୀ ପାଇଁ ସରକାର ତାଙ୍କୁ ବର୍ଜ୍ଜିତ କରିବା ନେଇ ଆଦେଶକୁ କାଏମ ରଖିଛନ୍ତି ।
୨୦୧୭ ରେ ଓଡିଶା ପବ୍ଲିକ ସର୍ଭିସ କମିଶନ(ଓପିଏସସି) ଦ୍ବାରା ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ପାତ୍ର ଜଣେ ନାୟିକ ଅଦାଲତର କର୍ମଚାରୀ ନହୋଇ ମଧ୍ୟ ସିଭିଲ ଜଜ ପଦବୀ ପାଇଁ ଆବେଦନ କରିଥିଲେ । ହେଲେ ବିଜ୍ଞପ୍ତ ନିୟମ ଅନୁଯାୟୀ ସେ ତାଙ୍କ ନିଯୁକ୍ତ କର୍ତ୍ତାଙ୍କ ମାଧ୍ୟମରେ କିମ୍ବା ବିନା ଏନଓସି (NOC ) ଜରିଆରେ ଆବେଦନ କରିନଥିଲେ । ଯେଉଁଥିପାଇଁ ସରକାର ତାଙ୍କ ଆବେଦନକୁ ଖାରଜ କରିବା ସହ ସବୁଦିନ ପାଇଁ ତାଙ୍କୁ ଭବିଷତରେ କୌଣସି ସରକାରୀ ଚାକିରି ପାଇଁ ଆବେଦନ କରି ପାରିବେ ନାହିଁ ବୋଲି ନିଷିଦ୍ଧ କରିଥିଲେ ।
ତେବେ ଜଷ୍ଟିସ ଦିକ୍ଷୀତ କ୍ରୀଷ୍ଣ ଓ ଏମଏସ ସାହୁଙ୍କ ଖଣ୍ଡ ପୀଠ, ତାଙ୍କ ରାୟରେ ସବୁଦିନ ପାଇଁ ସରକାରୀ ଚାକିରିରୁ ବଞ୍ଚିତ ନିଷ୍ପତ୍ତିକୁ କଠୋର କହିବା ସହ ଏହା ଆଇନର ‘”ସମାନତା” ବାଦକୁ ଉଲଂଘନ କରୁଛି ବୋଲି ଦର୍ଶାଇଥିଲେ । ପ୍ରାର୍ଥୀ ଏମିତି କିଛି ଜଘନ୍ୟ ଅପରାଧ କରିନାହାଁନ୍ତି ଯେ ଏଥିପାଇଁ ଏକ ସ୍ବତନ୍ତ୍ର ନିୟମ ନିଆଯିବ ବୋଲି ଖଣ୍ଡ ପୀଠ ତାଙ୍କ ଯୁକ୍ତିରେ ଦର୍ଶାଇଥିଲେ । ଫଳରେ କୋର୍ଟ କେବଳ ସରକାରଙ୍କ ଆବେଦନକାରୀଙ୍କ ବରୋଧରେ କରିଥିବା ସରକାରୀ ଚାକିରିରେ ସ୍ଥାୟୀ ବର୍ଜ୍ଜନ ନିଷ୍ପତ୍ତିକୁ ରଦ୍ଦ କରିଥିଲେ ।
