ଓଲଟିଲା ଯାତ୍ରୀବାହୀ ଘରୋଇ ବସ, ୨୦ ରୁ ଉର୍ଦ୍ଧ୍ୱ ଆହତ

କୋଟଗଡ଼ ଥାନା ପଣ୍ଡାରିପି ନିକଟରେ ଓଲଟିଲା ଯାତ୍ରୀବାହୀ ଘରୋଇ ବସ l ସାଲୁଙ୍କି ନାମକ ଘରୋଇ ବସ ର ଆଗ ଚକା ଫାଟି ଯିବାରୁ ଦୁର୍ଘଟଣା ଘଟିଛି l ଦୁର୍ଘଟଣା ରେ ୧୫ ଗୁରୁତର ହୋଇଥିବା ବେଳେ ୨୦ ରୁ ଉର୍ଦ୍ଧ ଆହତ ହୋଇଛନ୍ତି l ସମସ୍ତ ଗୁରୁତର ଓ ଆହତ ଙ୍କୁ କୋଟଗଡ଼ ମେଡିକାଲ ରେ ଭର୍ତି କରାଯାଇଛି l ଯାତ୍ରୀବାହୀ ବସ ସାଲୁଙ୍କି ମୁନିଗୁଡା ରୁ କୋଟଗଡ଼ ଦେଇ ଫୁଲବାଣୀ କୁ ଫେରୁଥିବା ସମୟରେ ପଣ୍ଡାରିପି ନିକଟରେ ଆଗ ଚକା ଫାଟି ଚକା ଦୁଇ ଟି ଛିଣ୍ଡି ପଳେଇଥିବା ରୁ ଦୁର୍ଘଟଣା ଘଟିଛି l କୋଟଗଡ଼ ମେଡିକାଲ ରେ ଚିକିତ୍ସା ପରେ 20 ଜଣ ଙ୍କୁ ବାଲିଗୁଡା ମେଡିକାଲ କୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି l

 

Spread the love