କଟକ ଦୁର୍ଗାପୂଜା: ଅକ୍ଟୋବର ୩ରେ ଭସାଣୀ ଶୋଭାଯାତ୍ରା
ତାରକସିର ସହର ‘କଟକ’ରେ ପୁଣି ଚମକିମ ମା’ ଦୁର୍ଗାଙ୍କ ଚାନ୍ଦିମେଢ଼। ମନଲୋଭା ମେଢ଼ରେ ମା’ଙ୍କ ପୂଜାର୍ଚ୍ଚନା ହେବ। ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କଟକରେ ଚଳିତ ବର୍ଷ ସେପ୍ଟେମ୍ବର ୨୮ ତାରିଖ ଠାରୁ ଦୁର୍ଗାପୂଜା ଆରମ୍ଭ ହେବ। ଅକ୍ଟୋବର ୩ ତାରିଖରେ ଦୁର୍ଗାପୂଜା ଭସାଣୀ ଶୋଭାଯାତ୍ରା। କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ଶାନ୍ତି ଶୃଙ୍ଖଳାରେ ପୂଜା ପାଳନ କରିବାକୁ ସହରବାସୀଙ୍କୁ ନିବେଦନ କରାଯାଇଛି।
