କଥା ରଖିଲେ ମୁଖ୍ୟମନ୍ତ୍ରୀ, ଘର ପାଇଥିବା ହିତାଧିକାରୀଙ୍କୁ ମରାମତି ପାଇଁ ଦେଲେ ୩ ହଜାର ଟଙ୍କା ଲେଖାଏଁ ସହାୟତା ରାଶି

ଖଲ୍ଲିକୋଟ ୦୭ ।୦୧ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀମାନଙ୍କୁ ଘର ମରାମତା ପାଇଁ ତିନି ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ରାଜ୍ୟରେ ପ୍ରାୟ ୩୧ ଲକ୍ଷ ପରିବାରଙ୍କୁ ଏହି ସହାୟତା ରାଶି ପାଇବେ । ସେଥିମଧ୍ୟରୁ ଗଞ୍ଜାମ ଜିଲାରୁ ୧ଲକ୍ଷ ୨୫ ହଜାର ୫୯୨ ହିତାଧିକାରୀ ଏହି ସହାୟତା ରାଶି ପାଇଛନ୍ତି । ସେମାନଙ୍କ ସିଧାସଳଖ ବ୍ୟାଙ୍କ ଆକାଉଂଟକୁ ଯାଇଛି ।

ରାଜ୍ୟରେ ୨୦୧୪ରେ ବିଜୁ ପକ୍କାଘର ଯୋଜନା ଆରମ୍ଭ ହୋଇଥିବା ବେଳେ ଏଥିରେ ୩୧ ଲକ୍ଷ ପରିବାରଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ହିତାଧିକାରୀଙ୍କ ସହ କଥା ହୋଇ ଓଡିଶା ଏକ ମାତ୍ର ରାଜ୍ୟ ଯେଉଁଠାରେ ଗୃହ ନିର୍ମାଣ ଯୋଜନାରେ ହିତାଧିକାରୀଙ୍କୁ ଘର ମରାମତି ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛି । ସେ ଲୋକଙ୍କୁ ଦେଇଥିବା କଥାକୁ ପାଳନ କରିଛନ୍ତି ବୋଲି କହିଥିଲେ । ରାଜ୍ୟରେ ଗୋଟିଏ ଲୋକଙ୍କୁ କେବେ ବି ମୁଁ ଅବହେଳା କରିବି ନାହିଁ ଏବଂ ରାଜ୍ୟ ସରକାର ଆପଣଙ୍କ ସାଥିରେ ଅଛି ବୋଲି କହିଥିଲେ ।

ଏହି ଅବସରରେ ଗଞ୍ଜାମ ଜିଲାପାଳ ଓସ୍ୱାନ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବ୍ଲକ ଦୟାନିଧିପୁର ଗ୍ରାମ ପଚାଂୟତର ନିସ୍ତିପୁର ଗ୍ରାମର ବିଧବା ମହିଳା ସବିତା ଭୁୟାଁଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରି । ତାଙ୍କୁ ୨୦୧୮/୧୯ ରେ ବିଜୁ ପକ୍କା ଘର ମିଳିଥିଲା । ସ୍ୱାମୀଙ୍କ ଦେହାନ୍ତ ପରେ ସେ ଘରର ମରାମତି ଠିକ ସେ କରିପାରୁନଥିଲେ। ଏବେ ଏହି ତିନି ହଜାର ଟଙ୍କା ଏହି କାମରେ ଆସିବ ଏବଂ କରୋନା ସମୟରେ ପ୍ରଶାସନ ପକ୍ଷରୁ ତାଙ୍କୁ କାମ ମଧ୍ୟ ଯୋଗାଇ ଦିଆଯାଇଥିବା କହିଥିଲେ । ତେଣୁ ସେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କରି ଦିର୍ଘାୟୁ କାମନା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡିଆରଡିଏ ପିଡି ସିନ୍ଦେ ଦତାତ୍ରେୟ ଭାଉ ସାହେବ, ଏପିଡି ଜ୍ୟୋତି ଶଙ୍କର ରାୟ, ଏପିଡି ସୈାମ୍ୟ ରଞ୍ଜନ ହୋତାଙ୍କ ସମେତ କିଛି ହିତାଧିକାରୀ ଉପସ୍ଥିତ ଥିଲେ ।

Spread the love