କପା କ୍ଷେତରେ କାମ କରୁଥିବା ବେଳେ ବଜ୍ରାଘାତ, ୩ ମୃତ
ରାୟଗଡା : ବଜ୍ରାଘାତରେ ୩ ଜଣ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଗରୁତ୍ବର ଆହାତ ହୋଇ ରାୟଗଡା ଜିଲ୍ଲା ମୁଖ୍ଯଚିକିତ୍ସାଳୟରେ ଭର୍ତ୍ତି ହୋଇଜନ୍ତି । ଏଭଳି ଅଭାବନୀୟ ଘଟଣା ରାୟଗଡା ସଦର ବ୍ଲକ ଶେଷଖାଲ ଥାନା ଅନ୍ତର୍ଗତ ହରିପୁର ନିକଟ ଜଙ୍ଗଲରେ ଘଟିଛି । ମୃତ ମହିଳା ଜଣକ ହେଲେ ବିଷ୍ଣୁଗୁଡା ଗ୍ରମାର 45ବର୍ଷିୟା ମହିଳା ସାମ୍ବାରୀ ପିଡିକା ଓ ଜୁମୁକା ଗ୍ରାମର ଗିରିଆ ମିଣିଆକା । ଅନ୍ଯଜଣେ ମୃତକଙ୍କ ପରିଚୟ ଏଯାଏଁ ମିଳିନାହିଁ । ଆଜି 5 ଜଣ କପା କ୍ଷେତରେ କାମ କରୁଥିବା ବେଳେ ହଠାତ୍ ବର୍ଷା ଓ ପ୍ରବଳ ଘଢଘଡି ମାରିଥିଲା ।
ତେବେ ତିନି ଜଣ ହଠାତ୍ କ୍ଷେତ ପାଖରେ ଥିବା ଏକ କୁଡିଆ ଘରେ ଆଶ୍ରୟ ନେଇଥିଲେ । ପରେ ପ୍ରବଳ ଘଡଘଡି ହେବା ସହ ତିନି ମୃତକଙ୍କ ଉପରେ ପଡିଯାଇଥିଲା ଫଳରେ ଘଟଣାସ୍ଥଳରେ ହିଁ ତିନି ଜଣ ମୃତ୍ଯୁବରଣ କରିଥିଲେ । ମୃତ ତିନି ଜଣଙ୍କ ମଧ୍ଯରୁ ଦୁଇ ଜଣ ଶ୍ରମିକ ଥିବା ଜଣାପଡିଛି। ଘଟଣାସ୍ଥଳରେ ଶେଷଖାଲ ପୁଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ସେହିପରି ରାଜସ୍ବ ନିରିକ୍ଷକ ମଧ୍ଯ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ଯାନ କରୁଛନ୍ତି । ଅନ୍ଯପଟେ ରାୟଗଡା ବିଧାୟକ ଆପାଲୁସ୍ବାମୀ କାଡ୍ରାକା ଜିଲ୍ଲା ମୁଖ୍ଯଚିକିତ୍ସାଳୟରେ ପହଞ୍ଚି ଆହାତ ମାନଙ୍କୁ ଭେଟିବା ସହ ରାଜ୍ଯ ସରକାର ତୁରନ୍ତ ମୃତକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ।
