ମୋଦୀଙ୍କୁ ଟୁଇଟ କରିବା କପିଲଙ୍କୁ ପଡିଲା ମହଙ୍ଗା

ହାସ୍ୟ ଅଭିନେତା ତଥା ଟିଭି ହୋଷ୍ଟ କପିଲ ଶର୍ମା ବୁଧବାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ସହିତ ନେଟଫ୍ଲିକ୍ସ ସ୍ପେଶାଲର ଘୋଷଣା କରିଛନ୍ତି। କପିଲ ଜାନୁଆରୀ ୨୮ ରେ ପ୍ରିମିୟର୍ ପାଇଁ ସ୍ୱତନ୍ତ୍ର ସୋ କପିଲ୍ ଶର୍ମା ‘ଆଇ ଆମ୍ ନଟ୍ ଡନ୍ ୟେଟ୍’ ରେ ଏଭଳି ଭୂମିକାରେ ନଜର ଆସିବେ ଯାହାକୁ ଦର୍ଶକ ପୂର୍ବରୁ କେବେ ଦେଖି ନଥିବେ।ଏହି ଭିଡିଓରେ କପିଲ ଏକ ମଜାଦାର କଥା ‌ସେୟାର କରିଛନ୍ତି।

କପିଲ ଏହି ଭିଡିଓ ପୋଷ୍ଟ କରି କହିଛନ୍ତି, ମୁଁ ୧୫ ବର୍ଷ ଧରି ଟିଭିରେ କାମ କରୁଛି। ମୁଁ କମେଡିକୁ ଗମ୍ଭୀରତାର ସହ ନେଇ ନଥିଲି କାରଣ ଆମେ ପଞ୍ଜାବୀମାନେ ସର୍ବଦା ଥଟ୍ଟା କରୁ । ମୁଁ ଜାଣି ନଥିଲି ଯେ ଲୋକଙ୍କୁ ହସାଇବା ପାଇଁ ବି ଟଙ୍କା ମିଳିଥାଏ।ଆଉ ଏକ ପୋଷ୍ଟ କପିଲ ମଦ ନିଶା‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟୁଇଟ କରିଥିବା ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି।
କପିଲ କହିଛନ୍ତି, ‘ମୁଁ ତୁରନ୍ତ ମାଲଦ୍ୱୀପକୁ ଚାଲିଯାଇଥିଲି ଏବଂ ସେଠାରେ ୮/୯ ଦିନ ରହିଥିଲି। ଆଉ ହୋଟେଲ କର୍ମଚାରୀଙ୍କୁ କହିଥିଲି ମୋତେ ଏଭଳି କୋଠରି ଦିଅ ଯେଉଁଥିରେ ଇଣ୍ଟରନେଟ୍ ନଥିବ। ସେ ମୋତେ ପଚାରିଲେ ତୁମର ଏବେ ବିବାହ ହୋଇଛି କି? ମୁଁ କହିଲି ନାହିଁ, ମୁଁ ଏବେ ଟୁଇଟ୍ କରିଛି।
ସେଠାରେ ରହିବାରେ ମୋର ଖର୍ଚ୍ଚ ୯ ଲକ୍ଷ ଟଙ୍କା ହୋଇଥିଲା। ଏତେ ଟଙ୍କା ମୁଁ ମୋ ପାଠ ପଢାରେ ବି ଖର୍ଚ୍ଚ କରି ନଥିଲି। ଏହି ଗୋଟିଏ ଟୁଇଟ ମୋତେ ବହୁତ ମହଙ୍ଗା ପଡିଥିଲା।

Spread the love