କରୋନା ଭୂତାଣୁର ଭୟଙ୍କର ରୂପ ଦେଖି ବୈଜ୍ଞାନିକ ବିସ୍ମିତ, କୋଭିଡ-୧୯ ଭୂତାଣୁର ୩୪ ପ୍ରକାର ରୂପ

ନୂଆଦିଲ୍ଲୀ, ୨୪/୪: ସାରା ଦେଶରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଭାଇରସର ନୂଆ ନୂଆ ଷ୍ଟ୍ରେନ୍ ବା ରୂପ ସାମ୍ନାକୁ ଆସୁଛି । ଭାରତରେ ଦୈନିକ ୩ ଲକ୍ଷରୁ ଢେର୍ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ୨୫୦୦ରୁ ଅଧିକ ଜୀବନ ହାରୁଛନ୍ତି। ଏହାମଧ୍ୟରେ ପ୍ରଥମେ ତାଞ୍ଜାନିଆରେ ଚିହ୍ନଟ ହୋଇଥିବା ଭାଇରସର ନୂଆ ଷ୍ଟ୍ରେନ୍ ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇଛି । କାରଣ ଏହି ଷ୍ଟ୍ରେନ୍ ଅଧିକ ମାରାତ୍ମକ ଓ ସଂକ୍ରାମକ ।

ଭାଇରାସର ଏହି ମ୍ୟୁଟାଣ୍ଟ ୩୪ଟି ମ୍ୟୁଟେସନ୍ କରିପାରେ । ଏହା ଅଧିକ ସାଙ୍ଘାତିକ ଅଟେ ।  ଏହି ଭାରିଏଣ୍ଟ ପ୍ରଥମେ ୩ଜଣଙ୍କ ଠାରେ ଦେଖିବାକୁ ମିଲିଥିଲା । ଯେଉଁମାନେ ଆଙ୍ଗୋଲାରୁ ତାଞ୍ଜାନିଆ ଗସ୍ତ କରିଥିଲେ । ସେବେଠାରୁ ଆଉ ଏହି ଷ୍ଟ୍ରେନ୍ ଚିହ୍ନଟ ହୋଇନଥିବା ବେଳେ ଏହା ମ୍ୟୁଟେସନ୍ କରିବାର ସମ୍ଭାବନା ରହିଛି । ଏହାର କିଛି ଲକ୍ଷଣ ୟୁକେ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ୍ ଷ୍ଟ୍ରେନ୍ ସହ ମେଳ ଖାଉଛି ।

ସୂଚନାଯୋଗ୍ୟ, ତାଞ୍ଜାନିଆରେ କରୋନା ଭାଇରସ ଉଗ୍ର ରୂପ ଧାରଣ କରିଥିଲା । କାରଣ ଏଠାରେ ସ୍ୱାସ୍ଥ୍ୟସେବା ସେତେ ସଦ୍ରୁଢ ନୁହେଁ । ଏପିରକି ଭିତ୍ତିଭୂମିର ମଧ୍ୟ ଅଭାବ ରହିଛି । ତେବେ ବୈଜ୍ଞାନିକମାନେ ସନ୍ଦେହ କରୁଛନ୍ତିଯେ, ତାଞ୍ଜାନିଆର ମ୍ୟୁଟାଣ୍ଟ ୩ ଯାତ୍ରୀଙ୍କ ମାଧ୍ୟମରେ ଆଉ କାହାକୁ ମଧ୍ୟ ପ୍ରବେଶ କରଥାଇପାରେ।  ଏହା ନିଜର ସ୍ପାଇକ୍ ପ୍ରୋଟିନରେ ହିଁ କେବଳ ୧୪ଟି ମ୍ୟୁଟେସନ୍ କରିପାରେ । ମାନବ ଶରୀରକୁ ଗଲେ ଏହା ଆହୁରି ମଧ୍ୟ ମ୍ୟୁଟେସନ୍ କରିପାରିବ ।

Spread the love