କଳିଙ୍ଗା ଘାଟିରେ ଦୁର୍ଘଟଣା, ଡ୍ରାଇଭର ଓ ହେଲ୍‌ପର ଆହତ

ଜି.ଉଦୟଗିରି ୨୮।୦୮: କଳିଙ୍ଗା ଘାଟିରେ ଦୁର୍ଘଟଣା । ଧାନ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ । ଡ୍ରାଇଭର ଓ ହେଲ୍‌ପର ଆହତ । ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ପଶ୍ଚିମବଙ୍ଗରୁ ଏକ ଟ୍ରକ ଧାନ ନେଇ ଯାଉଥିବା ବେଳେ କଳିଙ୍ଗାଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହାଫଳରେ ଗାଡିରେ ଥିବା ଡ୍ରାଇଭର ଅଭିଷେକ ଘୋଷ ଓ ହେଲ୍‌ପର୍ ସୁମନ ମୁଣ୍ଡଳ ସାମାନ୍ୟ ହୋଇଥିଲେ । ପରେ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି କିଭଳି ଦୁର୍ଘଟଣା ଘଟିଲା । ତାହାର ତଦନ୍ତ ଜାରି ରଖିଛି ।

Spread the love