କାର-ବାଇକ୍ ମୁହାଁମୁହିଁ ଧକ୍କା : ବାଇକ୍ ଆରୋହୀ ମୃତ, ଦୁର୍ଘଟଣା ପରେ ଜଳିଗଲା କାର

ଜଗତସିଂପୁର, ୧୩/୧୨: କଟକ-ପାରାଦୀପ ରାସ୍ତାର ରଘୁନାଥପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।  ବାଇକ୍ ଏବଂ କାର ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ତେବେ ଦୁର୍ଘଟଣା ପରେ ଉକ୍ତ କାରରେ ନିଆଁ ଲାଗି ସଂପୂର୍ଣ୍ଣ ଭାବେ ଜଳିଯାଇଥିବା ସୂଚନା ମିଳିଛି ।

ସୌଭାଗ୍ୟବଶତଃ କାରରେ ଥିବା ବ୍ୟକ୍ତି ରକ୍ଷା ପାଇଯାଇଛନ୍ତି । କାରରେ ନିଆଁ ଲାଗିଯିବା ଦେଖି ଚାଳକଜଣକ ବାହାରକୁ ବାହାରିଆସିବା ଫଳରେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଅନ୍ୟ ପଟେ ମୃତ ବ୍ୟକ୍ତିଙ୍କର ପରିଚୟ ମିଳି ପାରିନଥିବା ପୋଲିସ ସୂଚନା ଦେଇଛି । ତେବେ ମୃତ ବ୍ୟକ୍ତିଙ୍କ ଶବକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରଘୁନାଥପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

Spread the love