କାଲି ନୂଆ ରାସନ୍ କାର୍ଡ ପ୍ରଦାନ, ହିତାଧିକାରୀଙ୍କୁ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ପୁରୀ : ଆସନ୍ତା କାଲି ପୁରୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ପାଳନ ହେବ ପଞ୍ଚାୟତିରାଜ ଦିବସ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ୍ୟ ହତାଧିକାରୀଙ୍କୁ ନୂଆ ରାସନ୍ କାର୍ଡ ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ପୂରା ମନ୍ତ୍ରୀମଣ୍ଡଳ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

କାଲି ପ୍ରଥମ ପର୍ଯ୍ୟାୟ କାର୍ଡ ବଣ୍ଟନ ହେବ ।  ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ହିତାଧିକାରୀଙ୍କୁ କାର୍ଡ ବଣ୍ଟାଯିବ ।  ଏହାକୁ ଲାମିନେସନ୍ କରି ହିତାଧିକାରୀଙ୍କୁ ବାଣ୍ଟିବାକୁ ନିଷ୍ପତ୍ତ ହୋଇଛି ।  କାର୍ଯ୍ୟକ୍ରମ ପାଇଁ ପୁରୀ ତାଳବଣିଆ ଠାରେ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ ପହଞ୍ଚିଛି ।

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଲାଗି ସ୍ୱତନ୍ତ୍ର ଷ୍ଟେଜ ହୋଇଥିବା ବେଳେ ହିତାଧିକାରୀ ଙ୍କ ଲାଗି କରାଯାଇଛି ବ୍ୟବସ୍ତା ।  ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *