କିମସ ପକ୍ଷରୁ ବ୍ଲଡ ଡୋନର ଡେ ପାଳିତ

ଭୁବନେଶ୍ୱର : କିମସ ପକ୍ଷରୁ ବ୍ଲଡ ଡୋନର ଡେ ପାଳିତ। ରକ୍ତଦାନ ଉପରେ ସଚେତନତା ସୃଷ୍ଟି କରିବା ଲାଗି କିମ୍‍ସ ପକ୍ଷରୁ ଏହା ପାଳିତ ହୋଇଛି। ଏହି ଉପଲକ୍ଷେ ଏକ ୱାକାଥାନ କିମ୍‍ସ ସ୍ଥିତ ମାଇଁ ମଦର ମାଇଁ ହିରୋଠାରୁ ବାହାରି କ୍ୟାମ୍ପସ ୬ ଗାନ୍ଧୀ ଛକ ପର୍ଯ୍ୟନ୍ତ ଯାଇଥିଲା। ରକ୍ତଦାନ ପାଇଁ ଆଗେଇ ଆସିବାକୁ ଓ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିବା ପାଇଁ କିମ୍‍ସ ପକ୍ଷରୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା। ଏଥିରେ କିମ୍‍ସ ମେଡିକାଲ୍‍ କଲେଜ ଅଧ୍ୟକ୍ଷ ଡା. ଆର୍‍ ସି ଦାସ, କିମ୍‍ସ ମେଡିକାଲ ଅଧୀକ୍ଷକ ଡ. ମାନସ ରଞ୍ଜନ ବେହେରା, ପରାମର୍ଶଦାତା ଡା ଆର ଏନ୍‍ ସାମନ୍ତ, ବ୍ଲଡ୍‍ ଟ୍ରାନସଫ୍ୟୁଜନ ମେଡିସିନ୍‍ ବିଭାଗୀୟ ମୁଖ୍ୟ ଡା ସୁକାନ୍ତ ତ୍ରିପାଠୀ ଓ ଡା ହରୀଶ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love