କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀ ଗସ୍ତ ଅବସରରେ ଅମିତ ଶାହଙ୍କୁ ଭେଟିଛନ୍ତି ମୋହନ ମାଝୀ । ଏହି ଅବସରରେ ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ନେଇ ଆଲୋଚନା କରିଛନ୍ତି ।
ଏହା ସହ କେନ୍ଦ୍ର -ରାଜ୍ୟ ସମନ୍ବୟ ସର୍ମ୍ପକିତ ବିଷୟ ଉପରେ ମଧ୍ୟ ଆଲୋଚନା କରିଥିଲେ । ସେହିପରି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସିଆର ପାଟିଲଙ୍କୁ ମଧ୍ୟ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ସିଆର ପାଟିଲଙ୍କ ସହ ମହାନଦୀ ଜଳ ସମସ୍ୟା ଏବଂ ଏହାର ସମାଧାନ ନେଇ ଆଲୋଚନା କରିଛନ୍ତି ।
ସେହିପରି ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ । ଏକ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ମୋଦୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମହାପ୍ରସାଦ ମଧ୍ୟ ପ୍ରଦାନ କରିଥିଲେ କନକ ବର୍ଦ୍ଧନ । ଏହା ସହ ସେ ନିଜ ପତ୍ନୀ ତଥା ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓଙ୍କ ସହ ମିଶି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।
