କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କଲେ ପୀୟୂଷ ତ୍ରିପାଠୀ, ଜାରି ରଖିଛନ୍ତି ଯାତ୍ରା ଅଭିନୟ

ଭୁବନେଶ୍ୱର : ମଞ୍ଚ କଟକଣାକୁ ଫୁ କଲେ ପୀୟୂଷ ? …ଜାରି ରଖିବେ ଯାତ୍ରା ଅଭିନୟ ! ୬ ମାସର ବ୍ୟବଧାନ ପରେ ୬ ଜାନୁଆରୀ ୨୦୨୬ରେ ମଞ୍ଚକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ । ‘ଯାତ୍ରା ସିଂହବାହିନୀ’ ପକ୍ଷରୁ ଚଣ୍ଡିଖୋଲଠାରେ ଆୟୋଜିତ ‘ତୁ ମୋ ବଜରଙ୍ଗୀ’ ନାଟକ ମାଧ୍ୟମରେ ମଞ୍ଚକୁ ଓହ୍ଲାଇଥିଲେ । କିନ୍ତୁ ଏହାପରେ ଯାତ୍ରା ସୂର୍ଯ୍ୟ ମନ୍ଦିରର ମାଲିକ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ପୀୟୂଷଙ୍କ ସହ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଚୁକ୍ତି ଥିବା ସତ୍ତ୍ୱେ ସେ ଅନ୍ୟ ଏକ ପାର୍ଟିରେ ଅଭିନୟ କରିଛନ୍ତି । ଏହାକୁ ଆଧାର କରି କୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପିୟୂଷଙ୍କୁ ଯାତ୍ରା ମଞ୍ଚରେ ଅଭିନୟ ନକରିବାକୁ ମନା କରିଛନ୍ତି ।

ଗତକାଲି ଯାତ୍ରା କଳାକାର ପୀୟୂଷ ତ୍ରିପାଠୀଙ୍କୁ କୋର୍ଟ ନୋଟିସ ପରେ ତେଜିଛି ଯାତ୍ରା କଳାକାର ମାଲିକ ବିବାଦ । ଯାତ୍ରା ବରିଷ୍ଠ କଳାକାର ବାପି ପଣ୍ଡା କହିଛନ୍ତି କଳାକାର ମାନେ ହୁସିଆର ରୁହନ୍ତୁ । ଯାହା ବି ଏଗ୍ରିମେଣ୍ଟ କରୁଛନ୍ତି ଠିକ୍ ଭାବେ କରନ୍ତୁ । ଚଣ୍ଡିଖୋଲରେ ମଞ୍ଚ ଚଢ଼ିବା ନିୟମ ଉଲଂଘନ କରିଥିବାରୁ ପରବର୍ତ୍ତି ଶୁଣାଣି ଉପରେ ନଜର ରହିଛି । କିନ୍ତୁ ଏହା ସତ୍ତ୍ବେ ପିୟୂଷ ଟାଙ୍ଗୀ ଚୌଦ୍ବାରରେ ହେଉଥିବା ଯାତ୍ରାରେ ଅଭିନୟ ଜାରି ରଖିବେ । ଗତ ବର୍ଷ ଅର୍ଥ ହେରଫେର ଓ ଚୁକ୍ତିରେ ଖିଲାପ କରିଥିବାରୁ ଯାତ୍ରା ମାଲିକ ସଂଘ ତାଙ୍କ ଉପରେ ଏକ ବର୍ଷ ପାଇଁ ବ୍ୟାନ କରିଥିଲେ ।

Spread the love