କ୍ୟାପିଟାଲ ଥାନା ଘେରାଉ କଲେ ସ୍ମାର୍ଟସିଟି ଅନଲାଇନ୍‌ ଅଟୋ ଚାଳକ ସଂଘ, ରାଜମହଲରୁ ଏଜି ଛକ ରାସ୍ତା ସମ୍ପୂର୍ଣ୍ଣ ଜାମ୍‌

ଭୁବନେଶ୍ୱର : ରାଜଧାନୀରେ ଅନଲାଇନ୍ ଅଟୋ ଚାଳଚଳ ଠପ୍ । ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଚାଳକ ମହାସଂଘ ଧାରଣା ଦେଇଛି । କ୍ୟାପିଟାଲ ଥାନା ଘେରାଉ କରି ଥାନା ଆଗରେ ଧାରଣା ଦେଲା ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଚାଳକ ମହାସଂଘ । ଫଳରେ ରାଜମହଲରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ଜାମ୍‍ ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ସୂଚନା ଅନୁସାରେ କିଛି ଦିନ ତଳେ ଅନଲାଇନ ସ୍ମାର୍ଟ ସିଟି ଅଟୋଚାଳକ ସଙ୍ଘର ଜଣେ ଚାଳକକୁ ଷ୍ଟେସନ ଅଟୋଚାଳକ ସଙ୍ଘର କିଛି ପିଲା ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା । ଗତକାଲି ଉଭୟ ଗୋଷ୍ଠୀର ପିଲାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗିରଫ ପ୍ରତିବାଦରେ ଆଜି ସ୍ମାର୍ଟ ସିଟି ଅଟୋଚାଳକ ସଙ୍ଘ କ୍ୟାପିଟାଲ ଥାନା ଘେରାଓ କରିଛନ୍ତି । ଦୋଷୀକୁ ପୋଲିସ ଗିରଫ ନକରି ନିର୍ଦୋଷକୁ ଗିରଫ କରିଥିବାର ଅଭିଯୋଗରେ ଆନ୍ଦୋଳନ କରାଯାଇଛି । କ୍ୟାପିଟାଲ ଥାନା ସାମ୍ନାରେ ଏକାଧିକ ଅଟୋ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି ।

Spread the love