ଖାଦ୍ୟ ଏବଂ ପାନୀୟ ସାମଗ୍ରୀର ମୂଲ୍ୟରେ ସ୍ଥିରତା, ଅକ୍ଟୋବର ମୁଦ୍ରାସ୍ଫୀତି ଡାଟା ଦେଇପାରେ ଆଶ୍ୱସ୍ତି

ନୂଆଦିଲ୍ଲୀ: ଖାଦ୍ୟ ଏବଂ ପାନୀୟ ସାମଗ୍ରୀର ମୂଲ୍ୟ ଏକ ମାସ ଧରି କମ କିମ୍ୱା ସ୍ଥିର ରହିଛି । ଏହାକୁ ନଜରରେ ରଖି ଅକ୍ଟୋବରରେ ଖୁଚାର ମୁଦ୍ରାସ୍ଫୀତି କମ ରହିବା ନେଇ ଅନୁମାନ କରାଯାଉଛି । ଏକ ସର୍ଭେ ଅନୁସାରେ, ନଭେନମ୍ୱର ୧୪ରେ ଜାରି ହେବାକୁ ଥିବା ମୁଦ୍ରାସ୍ଫୀତି ହାର ୭ ପ୍ରତିଶତରୁ କମ ରହିପାରେ। ସେପ୍ଟେମ୍ୱରେ ଦେଶର ମୁଦ୍ରାସ୍ଫୀତି ୭.୪୧ ପ୍ରତିଶତ ଥିଲା । ମୁଦ୍ରାସ୍ଫୀତି ହାର କମିବା ପରେ ଆସନ୍ତା ମାସରେ ଆରବିଆଇ ରେପୋ ରେଟ ହାରକୁ କମାଇ ପାରେ । ଗତ ଏକ ମାସରୁ ଅଧିକ ସମୟ ଧରି ଅଧିକାଂଶ ସାମଗ୍ରୀର ମୂଲ୍ୟ ସ୍ଥିର ରହିଛି । ଚାଉଳ କିଲୋ ମୂଲ୍ୟ ୩୮.୦୬ରୁ କମି ୩୮.୧ ଟଙ୍କା ହୋଇଛି । ବୁଟ ଡାଲି କିଲୋ ମୂଲ୍ୟ ୭୪ ଟଙ୍କାରୁ କମି ୭୩.୧୯ ଟଙ୍କା ହୋଇଛି, ବିରି ଡାଲି ୧୦୮.୭୭ରୁ କମି ୧୦୩.୪୯ ଟଙ୍କା ହୋଇଛି । ସେହିପରି ମୁଗ ଡାଲି କିଲୋ ୧୦୩.୪୯ ଟଙ୍କାରୁ କମି ୧୦୩.୧୯ଟଙ୍କା ହୋଇଛି । ସାରା ଦୁନିଆରେ ଦରବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସବୁ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାରକୁ ବଢାଇଛନ୍ତି । ଏହାର ପ୍ରଭାବ ଆମେରିକାରେ ମଧ୍ୟ ଦେଖିବାକୁ ମିଳିଛି । ଆମେରିକାର ଅକ୍ଟୋବରରେ ମୁଦ୍ରାସ୍ଫୀତି ୭.୭୭ ପ୍ରତିଶତ ରହିଥିଲା । ଏହା ପୂର୍ବରୁ ସେପ୍ଟେମ୍ୱରରେ ମୁଦ୍ରାସ୍ଫୀତି ୮.୨ ପ୍ରତିଶତ ଥିଲା।  

Spread the love