ଖାଲିପେଟରେ ଚାହା ପିଇଲେ ହୋଇଥାଏ ଏହି ବଡ଼ ରୋଗ

ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ, ସକାଳୁ ଉଠି ଚାହା ପିଇବା ଅନେକ ଲୋକଙ୍କ ଅଭ୍ୟାସ। କିଛି ଲୋକ ୨ରୁ ୩ ଥର ଦିନକୁ ଚାହା ପିଅନ୍ତି। ଏହା ସେମାନଙ୍କ ପାଇଁ ଏକ ନିଶା କହିଲେ ଚଳେ। ଏହାର ନାଁ ଶୁଣିଲେ ହିଁ କିଛି ଲୋକଙ୍କ ପାଟିରୁ ଲାଳ ବାହାରି ଆସେ। ଆଉ କିଛି ଲୋକ ଅଛନ୍ତି ସେମାନଙ୍କୁ ଚା’ କପ୍ ଟିଏ ନ ଦେଲେ ସକାଳର ସେଜରୁ ସେମାନେ ଉଠିବେ ନାହିଁ। ଯେମିତି ଚା’ ବିନା ଦିନଟି ଅଧୁରା। ମାତ୍ର ଆପଣ କ’ଣ ଜାଣନ୍ତି କି, ଖାଲି ପେଟ ଅର୍ଥାତ୍ ସେଜରୁ ଉଠି ଚା’ ପିଇବା ଦ୍ବାରା ସ୍ବାସ୍ଥ୍ୟ କେତେ ପରିମାଣରେ ଖରାପ ହୁଏ। ଆସନ୍ତୁ ଜାଣିବା ଖାଳି ପେଟରେ ଚା’ ପିଇଲେ କ’ଣ ସବୁ କ୍ଷତି ସହିବାକୁ ପଡ଼େ, ପୁରୁଷମାନେ ଖାଲି ପେଟରେ ଚା’ ସେବନ କଲେ ସେମାନଙ୍କ ଟେଷ୍ଟିସ ଗ୍ରନ୍ଥି ରେ କ୍ୟାନସରର ସମସ୍ୟା ଦେଖାଦେଇଥାଏ। ଚା’ରେ ରହିଥିବା ହାନିକାରକ ତତ୍ତ୍ବ ପେଟରେ ଏସିଡ୍ ତିଆରି କରେ। ଯାହାଦ୍ବାରା ଆପଣଙ୍କ ପେଟରେ ଅଲସର ଏବଂ ଗ୍ୟାସ ଭଳି ବେମାର ଦେଖାଦେଇଥାଏ। ଏଥିପାଇଁ କେବେ ବି ଖାଲି ପେଟରେ ଚା’ ସେବନ କରନ୍ତୁ ନାହିଁ।

ଏକ ଗବେଷଣା ଅନୁସାରେ ଯେଉଁମାନେ ଖାଲି ପେଟରେ  କ୍ଷୀର ଚା’ ସେବନ କରୁଛନ୍ତି ସେମାନଙ୍କ ପାଖରେ ଥକ୍କାପଣର ସମସ୍ୟା ଦେଖାଦେଇପାରେ। ଚା’ ରେ କ୍ଷୀର ମିଶାଇଲେ ଆଣ୍ଟି ଅକ୍ସିଡେଟ୍ସ ର ପ୍ରଭାବ ଶେଷ ହୋଇଯାଏ। ଏଥିପାଇଁ କିଛି ବି କାର୍ଯ୍ୟ କରିବା ପରେ ସେମାନେ ଥକି ଯାଇଥାନ୍ତି। ଖାଲି ପେଟରେ ଚା’ ସେବନ କରିଲେ ଶରୀରରେ ପ୍ରୋଟିନ ଏବଂ ଅନ୍ର ପୋଷକ ପଦାର୍ଥର ଅବଶୋଷଣ ଠିକ୍ ଭାବରେ ହୋଇପାରେ ନାହିଁ। ଯାହଦ୍ବାରା ଶରୀର ଅଧିକରୁ ଅଧିକ ଭାବେ ଖରାପ ହୋଇଯାଇଥାଏ। ଖାଲି ପେଟରେ ଚା’ ପିଇଲେ ମୋଟାପଣର ସମସ୍ୟା ବି ଦେଖାଦେଇଥାଏ। କାରଣ ଚା’ରେ ପଡ଼ୁଥିବା ଚିନି ମୋଟାପଣର କାରଣ ଅଟେ। ଯାହାଦ୍ବାରା ଆପଣଙ୍କ ଓଜନ ବଢ଼ିପାରେ।

Spread the love