ଗଜପତି ଓ ରାୟଗଡାରେ ଲାଗି ରହିଛି ବର୍ଷା, ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ଗଜପତି/ରାୟଗଡା: ଗଜପତିରେ ବାତ୍ୟା ମୋନ୍ଥାର ପ୍ରଭାବରେ ଗତକାଲି ଠାରୁ ଝିପ ଝିପ ବର୍ଷା ହେଉଛି । ବର୍ଷା ଆହୁରି ବଢିବା ଆଶଙ୍କା ରହିଛି । ଏନେଇ ଚାଷୀ ଓ ଭୂସ୍ଖଳନ ପ୍ରବଣ ଅଞ୍ଚଳର ଲୋକେ ଭୟଭୀତ ହୋଇଛନ୍ତି । ସେପଟେ ଏହାର ମୁକାବିଲା ପାଇଁ ଗଜପତି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ୫ହଜାର ୪୭୦ଜଣ ଲୋକ ଓ ୧୬୦ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସମସ୍ତଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ବିଭିନ୍ନ ବ୍ଲକରେ ନିଯୁକ୍ତ ନୋଡାଲ ଅଫିସରମାନେ ସ୍ଥିତିର ତଦାରଖ କରୁଛନ୍ତି।
ସେହିପରି ବତ୍ୟା ମୋନ୍ଥା ପ୍ରଭାବରେ ରାୟଗଡା ଜିଲ୍ଲାରେ ସକାଳୁ ବର୍ଷା ଲାଗି ରହିଛି । ପାଗ ବର୍ତ୍ତମାନ କୋହଲା ରହିଛି। ଜିଲ୍ଲା ପ୍ରଶାସନ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି । ରାୟଗଡା ଜିଲ୍ଲାରେ ୪ଟି ଓଡ୍ରାଫ ଟିମ, ଅଗ୍ନିଶମ ବିଭାଗ ବିଭିନ୍ନ ଅଞ୍ଚଳରେ ରଖାଯାଇଛି । ଜିଲ୍ଲାର ୬ହଜାର ୩୧୪ ଟି ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ୧୧ଟି ବ୍ଳକରେ ନୋଡାଲ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣରେ ଶୁଖିଲା ଖାଦ୍ୟ, ଆବଶ୍ୟକୀୟ ପଲିଥିନ, ଔଷଧ ରଖାଯାଇଛି। ପରିସ୍ଥିତିର ମୁକାବିଲା କରିବା ପାଇଁ ନିୟମିତ ରିଭ୍ୟୁ କରାଯାଉଛି ।
