ଗଞ୍ଜାମ ଜିଲ୍ଲାପାଳଙ୍କ କରୋନା ମୁକାବିଲା ସମୀକ୍ଷା, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯିବ ଗୁରୁ ଦାୟିତ୍ଵ

ଖଲିକୋଟ, ୦୪।୦୧: କୋଭିଡକୁ ନେଇ ମଙ୍ଗଳବାର ରାତ୍ରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଛି | ଜିଲ୍ଲାରେ ଶତପ୍ରତିଶତ ଭେକ୍ସସିନ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି | ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ କୋଭିଡ ତୃତୀୟ ଲହରକୁ ଦୃଷ୍ଟିରେ ରଖି କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି ଜିଲ୍ଲାର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀମାନଙ୍କୁ ପ୍ରସ୍ତୁତିକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ଜନ ସାଧାରଣ ସତର୍କ ରହିବା ସହିତ ସମସ୍ତ କୋଭିଡ ନିୟମକୁ ପାଳନ କରିବା ଏବଂ “ମୋ ସ୍ୱାସ୍ଥ୍ୟ ମୋ ଦାୟିତ୍ୱ”  ଉପରେ ଗୁରୁତ୍ୱ ଦେଇଛନ୍ତି ।

ଗତ କୋଭିଡର ଦୁଇଟି ଲହରରେ ପଂଚାୟତ ପ୍ରତିନିଧି ମାନେ ଭଲ କାର୍ଯ୍ୟ କରିଥିଲେ l ବର୍ତ୍ତମାନର ସଂକ୍ରମଣକୁ ଦୃଷ୍ଟିରେ ରଖି  ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଗୁରୁ ଦାୟିତ୍ୱ ଦିଆଯିବ l କାରଣ ଆଗାମୀ ପଂଚାୟତ ନିର୍ବାଚନ ରହିଥିବାରୁ ପଂଚାୟତ ପ୍ରତିନିଧି ମାନେ ଆଗ ଅପେକ୍ଷା କାମ କରିପାରିବେ କି ନାହିଁ ସନ୍ଦେହ l ଡବ୍ଲୁ.ଏସ. ଏଚ. ଜି ଜରିଆରେ ଲୋକଙ୍କୁ କୋଭିଡ ଓ ଓମିକ୍ରନ ସମ୍ପର୍କରେ ସଚେତନତା କରାଇବେ l

ଏଥିରେ ଲୋକମାନେ କିପରି ସାମାଜିକ ଦୂରତା ବଜାୟ ରଖିବେ ସେଥି ନିମନ୍ତେ କାର୍ଯ୍ୟ କରିବେ l ମାସ୍କ ହେଉଛି ମୁଖ୍ୟ ଅସ୍ତ୍ର l ଦୋକାନୀ ମାନେ କୋଭିଡ ଟିକା ନେଇଥିବା ପ୍ରମାଣ ପତ୍ର ଦୋକାନ ସମ୍ମୁଖରେ ଟଙ୍ଗାଇବେ l ମାସ୍କ ଧରପଗଡ଼ ଦିଗରେ ନିୟମିତ ଯାଞ୍ଚ କରାଯିବ l ଵିଵାହ ଏବଂ ବିଭିନ୍ନ କାର୍ଯ୍ୟକ୍ରମ କୋଭିଡ କଟକଣା ଅନୁଯାୟୀ କରାଯିବl ଏଥି ନିମନ୍ତେ ଉପ ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେବାକୁ ବାଧ୍ୟତାମୂଳକ l  ସରକାରୀ ହେଉ କିମ୍ବା ବେସରକାରୀ ବୈଠକରେ ନୋ ମାସ୍କ ନୋ ମିଟିଂ ନିୟମ ପାଳନ କରାଯିବ l

ପିକନିକ ସ୍ଥାନ ଗୁଡିକରେ ଭୋଜିଭାତ କରିବା ମନା l ମନ୍ଦିର ଗୁଡିକରେ ମଧ୍ୟ ଭୋଜି ଭାତ କରିବା ମନା l ବିବାହ ଗୁଡିକରେ ପ୍ରଥମେ ପାଞ୍ଚ ମିନିଟ କୋଭିଡ ଉପରେ ସଚେତନତା କରିବାକୁ ପଡିବ l କୋଭିଡ ନିୟମ ଦିଗରେ ଗୁରୁତ୍ୱ ଦିଆଯାଇଛି l ସାନି ଟାଇଜର, ମାସ୍କ ଓ ସାମାଜିକ ଦୂରତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛିl ଜନସାଧାରଣଙ୍କ ଟୀକାକରଣ ଲକ୍ଷ୍ୟ ପୂରଣ ପାଇଁ କ୍ୟାମ୍ପେନ ମୋଡ୍‌ରେ କାମ କରିବା ପାଇଁ ପରାମର୍ଶ ଦେଇଥିଲେ I ଜିଲ୍ଲାପାଳ ୧୫ ରୁ ୧୮ ବର୍ଷ ବର୍ଗର ପିଲାମାନଙ୍କ ଟୀକାକରଣ ଉପରେ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଭୂତାଣୁ ସଂକ୍ରମଣକୁ କମ୍‌ କରିବା ପାଇଁ ଆମକୁ ଉଚିତ ମାତ୍ରାରେ କଟକଣା ଜାରି କରିବାକୁ ପଡିବ। ତେବେ ଏଥିରେ ଯେପରି ଜନସାଧାରଣଙ୍କର ଜୀବିକା ଉପରେ କୌଣସି ପ୍ରଭାବ ନ ପଡେ, ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ଜିଲ୍ଲାପାଳ କହିଛନ୍ତି ଯେ ଓମିକ୍ରନ୍‌ ଭାରିଆଣ୍ଟ ଦ୍ରୁତ ଗତିରେ ସଂକ୍ରମଣ କରୁଛି ।  ଖୁବ ଶୀଘ୍ର  କୋଭିଡ ରୋଗୀ ସଂକ୍ରମଣ ଦେଖା ଦେଇପାରେ। ତେଣୁ ଜନସାଧାରଣଙ୍କୁ ବିଶେଷ ଅସୁବିଧାରେ ନ ପକାଇ କୋଭିଡର ଉତ୍ତମ ପରିଚାଳନା ପାଇଁ ଆମକୁ ତୁରନ୍ତ ପଦକ୍ଷେପ ନେବାକୁ ପଡିବ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇ କହିଥିଲେ ।

ଜିଲ୍ଲାର ସରକାରୀ ତଥା ବେସରକାରୀ ସମସ୍ତ କୋଭିଡ ହସ୍‌ପିଟାଲ ଗୁଡିକୁ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦ୍ବିତୀୟ ଲହରୀର ସର୍ବୋଚ୍ଚ ସ୍ତରରେ ଯେତିକି ଶଯ୍ୟା ଓ ଆଇସିୟୁର ଆବଶ୍ୟକତା ହୋଇଥିଲା, ଅତି କମ୍‌ରେ ସେତିକି ପରିମାଣର ଶଯ୍ୟା ଓ ଆଇସିୟୁ ପ୍ରସ୍ତୁତ କରି ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍ ଓ  ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତlତ୍ରୟ ଭାଉ ସାହେବ, ବିଏମସି କମିଶନର ଡ଼ ସିଦ୍ଧେଶ୍ଵର ବଳିରାମ ବୋନ୍ଦରଙ୍କ ସମେତ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀ ମାନେ ଭିସି ମାଧ୍ୟମରେ ଯୋଡି ହୋଇଥିଲେ l

Spread the love