ଗଠନ ହେଲା ବିଏମ୍‌ସି ଷ୍ଟାଣ୍ଡିଂ କମିଟି

ଭୁବନେଶ୍ୱର : ଓଡିଶା ମ୍ୟୁନିସିପାଲ କର୍ପୋରେସନ ରୁଲସ୍‌-୨୦୦୩, ନିୟମ-୨୫ ଓ ୩୨ ଅନୁଯାୟୀ ଗଠିତ ହେଲା ଭୁବନେଶ୍ୱର ମ୍ୟୁନିସିପାଲଟି କର୍ପୋରେସନ ଷ୍ଟାଣ୍ଡିଂ କମିଟି ।  ଏବେଠୁ ଏହି କମିଟି ବିଏମସିର ଉନ୍ନତି, ପ୍ରଗତି ପାଇଁ ପ୍ରମୁଖ ଦାୟିତ୍ଵ ତୁଲାଇବ । ନାଗରିକଙ୍କୁ ଉତ୍ତମ ସେବା ଯୋଗାଇବାରେ ମେୟରଙ୍କୁ ସହାୟତା କରିବେ।ଖବର ଅନୁଯାୟୀ, ଟ୍ୟାକେଶକନ, ଫାଇନାନ୍ସ ଆଣ୍ଡ ଆକାଉଣ୍ଟସ୍ -ପ୍ରୀତିନନ୍ଦା ରାଉତରାୟ, ପବ୍ଲିକ ହେଲଥ୍, ଇଲେକ୍ଟ୍ରି ସପ୍ଲାଲ, ୱାଟର ସପ୍ଲାଇ, ଡ୍ରେନେଜ ଆଣ୍ଡ ଏନଭାଇରନମେଣ୍ଟ-ବିରଂଚି ନାରାୟଣ ମହାସୂପକାର, ପବ୍ଲିକ ୱାର୍କ୍ସ- ଅମରେଶ ଜେନା, କର୍ପୋରେସନ ଏଷ୍ଟାବ୍ଲିସମେଣ୍ଟ- କୁମାରେନ୍ଦ୍ର ମହାପାତ୍ର, ପ୍ଲାନିଂ ଆଣ୍ଡ ଡେଭଲପମେଣ୍ଟ- ଶ୍ରୀଧର ଜେନା, ଏଜୁକେଶନ, ରିକ୍ରିଏସନ୍ ଆଣ୍ଡ କଲଚର୍-ମିହିର କୁମାର ରାଉତ, ଲାଇସେନ୍ସ ଆଣ୍ଡ ଆପିଲିସ ଓ କଣ୍ଟ୍ରାକ୍ଟ – ପ୍ରେମାନନ୍ଦ ଜେନା, ଗ୍ରିଭାନ୍ସେସ ଆଣ୍ଡ ସୋସିଆଲ ଜଷ୍ଟିସ- ବିନୟିନୀ ଜେନା ଓ ସ୍ଲମ୍ ସେଟେଲମେଣ୍ଟ- ମହାମାୟା ସ୍ୱାଇଁ ନିର୍ବାଚିତ ହୋଇଛନ୍ତି । କଣ୍ଟ୍ରାକ୍ଟ ବିଭାଗରେ ମେୟର ଅଧକ୍ଷ ହୋଇଛନ୍ତି । ମେୟର ଓ କମିଶନରଙ୍କ ଉପସ୍ଥିତିରେ ନିର୍ବାଚିନ ହୋଇଥଲା । ସବୁ କମିଟି ଭିତରେ ସମନ୍ୱୟ ରକ୍ଷା କରି କାମ କରାଯିବ ବୋଲି ମେୟର କହିଛନ୍ତି ।ତେବେ ଆଜି ନିର୍ବାଚନରେ ଅନେକ ବରିଷ୍ଠ କର୍ପୋରେଟରଙ୍କୁ ଅଭିଜ୍ଞତା ଦୃଷ୍ଟିରୁ ଅଧକ୍ଷ ପଦ ମିଳିଥିବା ଜଣାପଡୁଛି । ତେବେ ଷ୍ଟାଣ୍ଡିଂ କମିଟି ପାଇଁ ବିଏମସି କନଫେରେନ୍ସ ହେଲେରେ ବିଧିବଦ୍ଧ ଭାବେ ନିର୍ବାଚନ ହୋଇନଥିବା ଅଭିଯୋଗ ଆଣିଛନ୍ତି ୨୯ ନମ୍ବର୍ କର୍ପୋରେଟର ଅପରୂପ ନାରାୟଣ ରାଉତ୍ । ସେ ଏଜୁକେଶନ, ରିକ୍ରିଏସନ୍ ଆଣ୍ଡ କଲଚର ବିଭାଗର ଅଧକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ ବି ଆଳ ଦେଖାଇ ତାଙ୍କ ପ୍ରାର୍ଥୀ ପତ୍ର ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି । ନିର୍ବାଚନ ହୋଇଥିଲେ ଏହି ବିଭାଗ ବିଜେପିକୁ ଯାଇଥାନ୍ତା ବୋଲି ସେ ଅଭିଯୋଗ ଆଣିଛନ୍ତି ।ସେପଟେ ବିଳମ୍ବରେ ପହଞ୍ଚିଥିବାରୁ ନାକଚ କରାଗଲା ବୋଲି କହିଛନ୍ତି ମେୟର । କେବଳ ଏତିକି ନୁହେଁ ମୁଖ୍ୟ ବିଭାଗରେ ବିଜେପି କର୍ପୋରେଟରଙ୍କୁ ନିଆଯାଇନାହିଁ ବୋଲି ବି ଅଭିଯୋଗ କରିଛନ୍ତି । ଯାହାବି ହେଉ ପରିଶେଷରେ ସବୁ ଅଧକ୍ଷ ମାନେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ । ଅନ୍ୟପଟେ ନୂଆ ଦାୟିତ୍ଵ ମିଳିଥିବାରୁ ଭଲ କାମ କରିବାକୁ ସବୁ ଅଧକ୍ଷମାନେ ଲକ୍ଷ୍ୟ ରଖିଛନ୍ତି ।

Spread the love