ଗାଡ଼ି ଚଳାଇବା ବେଳେ ରିଲ୍ସ କରି ୫୯ ହଜାର ଟଙ୍କା ତଣ୍ଡ ଗଣିଲେ ୪ ଜଣ, RC ଏବଂ DL ବାତିଲ

ଭୁବନେଶ୍ୱର : ଭିନ୍ନ ଭିନ୍ନ ସ୍ଥାନରେ ରିଲ୍ସ କରି ତଣ୍ଡ ଗଣିଲେ ୪ ଜଣ । ଖୋର୍ଦ୍ଧାରେ ARTO ଦ୍ଵାରା ଥର ଗାଡ଼ି ଜବତ୍ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ୧୫୦୦୦ ଫାଇନ କରାଯାଇଛି ।  ଏହାସହ ତାଙ୍କର RC ଏବଂ DL କୁ ବାତିଲ କରାଯାଇଛି । ସେହିପରି ପୁରୀ ଫେଣ୍ଠକଟାରେ ବାଇକ୍ ରେ ରିଲସ କରି RTO ଙ୍କ ହାବୁଡ଼ରେ ପଡି ୭,୦୦୦ ଟଙ୍କା ଫାଇନ ଗଣିଛନ୍ତି ଯୁବକ । ଏଥିସହ ତାଙ୍କର ବାଇକ ଜବତ୍ କରାଯାଇଥିବା ବେଳେ DL ବାତିଲ କରାଯାଇଛି ।

ସମ୍ବଲପୁର ଜଣେ ବ୍ଲଗର ରିଲସ କରୁଥିବା ବେଳେ ତାଙ୍କ ଠାରୁ ୧୧,୦୦୦ ହଜାର ଟଙ୍କା ଫାଇନ ନେବା ସହ ଚାରିଚକିଆ ଗାଡିକୁ ଜବତ୍ କରିଛି ପୋଲିସ । ସେପରି ଭୁବନେଶ୍ୱର କିଟ infosys ଥାନା ଅଂଚଳରେ ବାଇକ୍ ରେ ଗାର୍ଲ୍ ଫ୍ରେଣ୍ଡ୍ ସହ ରିଲସ କରି ୨୬,୦୦୦ ହଜାର ଟଙ୍କା ଫାଇନ ଗଣିଛନ୍ତି ଗାଡ଼ି ଚାଲକ । ପୋଲିସ ଗାଡ଼ି ଜବତ କରିବା ସହ DL ବାତିଲ କରିଛି ।

ଏବେ ରିଲସ କରିବା ସହ ବିପଦ ଜନକ ଭାବେ ଗାଡ଼ି ଚଳାଇବା କିମ୍ବା ରାସ୍ତାରେ ରେଶିଂ କରିବା ଉପରେ କଡା ଆଭିମୁଖ୍ୟ ନେବ ପରିବହନ ବିଭାଗ । ଗାଡ଼ି ଚାଳନା ବେଳେ ରିଲ୍‌ କିମ୍ବା ଭିଡିଓ ପ୍ରସ୍ତୁତକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ ପରେ ଏହା ଜାରି ହୋଇଛି ।

Spread the love