ଗୁଜରାଟରେ ବନ୍ୟା, ତେଲେଙ୍ଗାନାରେ ତିନି ଦିନ ସ୍କୁଲ-କଲେଜ ଛୁଟି, ଅନେକ ସ୍ଥାନରେ ସ୍ଥିତି ବେହାଲ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୁଜରାଟ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ କର୍ଣ୍ଣାଟକରେ ମୌସୁମୀ ସମ୍ପୂର୍ଣ୍ଣ ସକ୍ରିୟ ରହିଛି । ଗୁଜରାଟରେ ବର୍ଷା ଯୋଗୁଁ ତଳିଆ ଆଞ୍ଚଳ ଜଳମଗ୍ନ ହୋଇଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଗତ ୨୪ ଘଣ୍ଟାରେ କର୍ଣ୍ଣାଟକ ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ ।

ସେହିପରି ଗୁଜରାଟର ନବସାରୀ ଏବଂ ଭଲସାଡରେ ୭୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଔରସଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ତଳିଆ ଅଞ୍ଚଳ ପାଣି ଘେରରେ ରହିଛି । ନବସାରୀ ଜିଲ୍ଲା ପ୍ରଶାସନ କାଭେରୀ ଏବଂ ଅମ୍ୱିଗା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରଭାବିତ ହେଉଥିବାରୁ ଆଲର୍ଟ ଜାରି କରାଯାଇଛି । ରବିବାର ଭାଲସାଡ ଏବଂ ନବସାରୀରେ ପ୍ରବଳ ବର୍ଷା ହୋଇଛି ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓ ରାଜ୍ୟର ତିନୋଟି ଶିକ୍ଷାନୁଷ୍ଠାନକୁ ତିନି ଦିନ ଯାଏଁ ଛୁଟି ଘୋଷଣା କରିଛନ୍ତି। ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ଜନ-ଜୀବନ ଅସ୍ତବ୍ୟସ୍ତ ହୋଇଛି। ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ବୈଠକ କରି ସ୍ଥିତିକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ବିପର୍ଯ୍ୟୟ ପରିଚାଳନାର କହିବା କଥା ଜୁନ ୧ରୁ ବର୍ତ୍ତମାନ ସୁଦ୍ଧା ୭୬ ଜଣଙ୍କ ମୃତ୍ୟୁ ହୋଇଛି। ସରକାରୀ ସୂଚନା ଅନୁସାରେ ୮୩୮ ଘର ନଷ୍ଟ ହୋଇଛି ଏବଂ ୪୯୧୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

Spread the love