ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ କୋରୋନା

ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ସୋମବାର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ତାଙ୍କୁ ଚିକିତ୍ସା ପାଇଁ ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଜୟ ରବିବାର ଏକ ସଭାରେ ଅଭିଭାଷଣ ଦେଉଥିବା ବେଳେ ସେ ଚେତାଶୂନ୍ୟ ହୋଇପଡିଥିଲେ ।

ରାଜ୍ୟରେ ଆଗକୁ ହେବାକୁ ଥିବା ନିର୍ବାଚନରେ ସେ ଅଭିଭାଷଣ ଦେଉଥିବା ବେଳେ ସଭାସ୍ଥଳରେ ଚେତାଶୂନ୍ୟ ହୋଇପଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଚିକିତ୍ସା ପରେ ସେ ସୁସ୍ଥ ଥିବା ଡାକ୍ତର ଆର.କେ ପଟେଲ କହିବା ସହିତ ତାଙ୍କୁ 24 ଘଣ୍ଟା ପର୍ଯ୍ୟବେକ୍ଷଣରେ ରଖାଯିବ ବୋଲି ସୂଚନା ଦେଇଥିଲେ । ତେବେ ସୋମବାର ସେ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ମୁଖ୍ୟମନ୍ତ୍ରୀ ବିଜୟ(64) ଚେତାଶୂନ୍ୟ ହେବା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଥିଲା । ପରେ ସେ ନିଜେ ସଭାସ୍ଥଳରୁ ସିଡିରେ ତଳକୁ ଆସିଥିଲେ । କିନ୍ତୁ ତାଙ୍କର ଅଧିକ ଚିକିତ୍ସା ପାଇଁ ସେ ଭଦୋଦରାରୁ ଅହମ୍ମଦାବାଦ ହେଲିକପ୍ଟର ଯୋଗେ ଯାଇଥିଲେ ।

Spread the love