ଗୋଲ୍ଡେନ ଗ୍ଲୋବ୍ ୨୦୨୨ ଆଓ୍ୱାର୍ଡ : ବିଲ୍ ସ୍ମିଥ୍ ସର୍ବେଶ୍ରଷ୍ଠ ଅଭିନେତା, ନିକେଲ୍ କିଡ୍‌ମାନ୍ ଶ୍ରେଷ୍ଠ ଅଭିନେତ୍ରୀ

ନୂଆଦିଲ୍ଲୀ୧୦।୦୧: ହଲିଉଡରେ ଆୱାର୍ଡ ଶୋ ଗୁଡିକ ଆରମ୍ଭ ହୋଇ ଗଲାଣି । ଗୋଲ୍ଡେନ ଗ୍ଲୋବ ପୁରସ୍କାରର ୭୯ତମ ସଂସ୍କରଣର ୱିନରଙ୍କ ନାମ ଘୋଷଣା ହୋଇସାରିଛି। ଏହି ଅବସରରେ ଲସ୍ ଏଞ୍ଜେଲସର ବେବର୍ଲି ହିଲଟନ ହୋଟେଲରେ ବିନା ଦର୍ଶକରେ ଏହା ଆୟୋଜନ କରାଯିବା ସହ ସିଧା ପ୍ରସାରଣ ଟେଲିଭିଜନରେ ମଧ୍ୟ କରାଯାଇ ନଥିଲା । କାହିଁକି ନା ଦୁର୍ନୀତି ଏବଂ ଭଷ୍ଟାଚାର ଯୋଗୁଁ ଗ୍ଲୋବସ୍ ଉପରେ ଅଭିଯୋଗ ହୋଇଥିଲା ଯାହା ଦ୍ବାରା ଟେଲିଭିଜନ୍ ଅଧିକାର କମ୍ପାନୀ ଏନ୍‌ବିସି ଗତ ବର୍ଷ ବାର୍ଷିକ ପ୍ରସାରଣ ବନ୍ଦ କରି ଦେଇଥିଲା। କେବଳ ଏତିକି ନୁହେଁ, ହଲିଉଡ ବୈଦେଶିକ ପ୍ରେସ ଆସୋସିଏସନରେ ସୁଧାର ନହେବା ପର୍ଯ୍ୟନ୍ତ ନେଟଫ୍ଲିକ୍ସ, ୱାର୍ଣ୍ଣର ମିଡିଆ ଏବଂ ଆମାଜନ ଭଳି ଅନେକ ଷ୍ଟୁଡିଓ ମଧ୍ୟ ଏହି ସମାରୋହରେ ସାମିଲ୍‌ ନହେବାକୁ ଘୋଷଣା କରିଛନ୍ତି ।

ଅନ୍ୟପଟେ ଏଥିରେ ଟେଲିଭିଜନ ଓ ଫିଲ୍ମର ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି । ଅନେକ ନୂଆ ନୂଆ କଳାକାର ଏହି ୱିନର ଲିଷ୍ଟରେ ସ୍ଥାନ ପାଇଁ ସଭିଙ୍କୁ ଚକିତ କରିଦେଇଛନ୍ତି । ପୂର୍ବରୁ ଅନେକ ହଲିଉଡ ଅଭିନେତା ଏହି ଆୱାର୍ଡ ଶୋ’କୁ ବୟକଟ୍ କରିଥିଲେ ମଧ୍ୟ ଏହା ସଫଳତାର ସହ ଆୟୋଜିତ ହୋଇଥିଲା । ପ୍ରସିଦ୍ଧ ଅଭିନେତା ୱିଲ ସ୍ମିଥ ‘କିଙ୍ଗ ରିଚର୍ଡସ’ ଫିଲ୍ମ ପାଇଁ ଓ ଆଣ୍ଡ୍ର୍ୟୁ ଗାରିଫିଲ୍ଡ ‘ଟିକ ଟିକ ବୁମ’ ଫିଲ୍ମ ପାଇଁ ବେଷ୍ଟ ଆକ୍ଟର ଆୱାର୍ଡ ପାଇଛନ୍ତି ।

ଗତବର୍ଷର ବହୁଚର୍ଚ୍ଚିତ ଫିଲ୍ମ ‘ଡ୍ୟୁନକୁ ବେଷ୍ଟ ଓରିଜିନାଲ ସ୍କୋର ପୁରସ୍କାର ମିଳିଛି । ବୋଷ୍ଟ ସଙ୍ଗ ମୋସନ ପୋଷ୍ଟର ଆୱାର୍ଡ ଜେମ୍ସ ବାଣ୍ଡଙ୍କ ଫିଲ୍ମ ‘ନୋ ଟାଇମ ଟୁ ଡାଇ’କୁ ମିଳିଛି । ଦକ୍ଷିଣ କୋରିଆର ଜଣାଶୁଣା ଅଭିନେତା ୟୋ ୟୋଙ୍ଗ ସୁ ସର୍ବଶ୍ରେଷ୍ଠ ଟେଲିଭିଜନ ଅଭିନେତା ଭାବେ ଗୋଲ୍ଡେନ ପୁରସ୍କାର ପାଇଛନ୍ତି । ତାଙ୍କୁ ନେଟଫ୍ଲିକ୍ସର ସ୍କ୍ୱିଡ ଗେମ୍ ସିରିଜ୍ ପାଇଁ ଏହି ପୁରସ୍କାର ମିଳିଛି ।

Spread the love