ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ମାମଲା: ସ୍ୱତଃ ତଦନ୍ତ ନିର୍ଦ୍ଦେଶ ଦେଲା ଏନଏଚଆରସି

ନୂଆଦିଲ୍ଲୀ/ଭୁବନେଶ୍ବର: ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ସମୁଦ୍ର ବେଳାଭୂମିରେ ଜଣେ ୨୧ ବର୍ଷୀୟ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯିବା ଘଟଣାର ବିସ୍ତୃତ ବିବରଣୀ ପ୍ରଦାନ କରୁଥିବା ଗଣମାଧ୍ୟମ ରିପୋର୍ଟର ସ୍ୱତଃ ତଦନ୍ତ ନିର୍ଦ୍ଦେଶ ଭାରତୀୟ ଜାତୀୟ ମାନବାଧିକାର କମିସନ (ଏନଏଚଆରସି) ଦେଇଛନ୍ତି।

ଜୁନ୍ ୧୫ ତାରିଖରେ ଘଟିଥିବା ଘଟଣାର ସ୍ୱତଃ ତଦନ୍ତ ନିର୍ଦ୍ଦେଶ ଏନଏଚଆରସି ପକ୍ଷରୁ ପ୍ରଦାନ କରାଯାଇଛି।

ରିପୋର୍ଟ ଅନୁସାରେ, ଜଣେ ଯୁବତୀ ପୁରୁଷ ବନ୍ଧୁଙ୍କ ସହିତ ବୁଲିବାକୁ ସମୁଦ୍ର କୂଳକୁ ଯାଇଥିଲେ, ସେହି ସମୟରେ ପ୍ରାୟ ଦଶ ଜଣ ଦୁବୃର୍ତ୍ତ ସେମାନଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ। ଆକ୍ରମଣକାରୀମାନେ ପୀଡିତାଙ୍କ ପୁରୁଷଙ୍କୁ ବାନ୍ଧି ଯୁବତୀଙ୍କ ସହିତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଘଟଣାର ଗମ୍ଭୀରତା ଏବଂ ମାନବାଧିକାର ଉପରେ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି  ଓଡ଼ିଶାର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି କରିଛି, ଯେଉଁଥିରେ ଗୋପାଳପୁର ଯୌନ ନିର୍ଯାତନା ମାମଲାର ଦୁଇ ସପ୍ତାହ ମଧ୍ୟରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

୧୬ ଜୁନ୍ ୨୦୨୫ ତାରିଖର ଗଣମାଧ୍ୟମ ଅପଡେଟ୍ ସୂଚାଇଛି ଯେ, ପୀଡ଼ିତାଙ୍କର ବ୍ରହ୍ମପୁରର ଏମକେସିଜି ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା କରାଯାଇଛି। ପୁଲିସ ଏହି ମାମଲାରେ ସମ୍ପୃକ୍ତ ସାତ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

ଏନଏଚଆରସି ଏପରି ମାମଲାରେ ନ୍ୟାୟର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସମ୍ପୃକ୍ତ ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକଠାରୁ ରିପୋର୍ଟ ଲୋଡ଼ିଛନ୍ତି।

Spread the love