ଘରର ଶାନ୍ତି ଫେରାଇବ ଏହି ୪ଟି ଜିନିଷ

ଆମର ବାସ୍ତୁଶାସ୍ତ୍ର ରେ ଭରିରହିଛି ବିଭିନ୍ନ ରୋଚନାତ୍ମକ କଥା ଯାହାର ସିଡଧା ସଳଖ ସମ୍ପର୍କ ରହିଥାଏ ଆମ ପୌରାଣିକ ପରମ୍ପରା ସହିତ । ଦୁନିଆରେ ଏବେ ସବୁଠାରୁ ଦରକାରୀ ଓ ବଡ଼ ଜିନିଷ ହେଉଛି ଟଙ୍କା । ଯାହା ବ୍ୟତୀରେକ ଏଠି ଶାନ୍ତି ନାହିଁ ନା ଅଛି ମୁକ୍ତି । ଏଥିପାଇଁ ଆମେ ବିଭିନ୍ନ ପ୍ରକାରର କାର୍ଯ୍ୟ କରିଥାଉ, ପୂଜାପାଠ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଜିନିଷ ଘରେ ସ୍ଥାପନ କରିଥାଉ

ସବୁ ଲୋକ ଟଙ୍କା ଉପାର୍ଜନ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିଥାଏ। ଦୁନିଆରେ ଟଙ୍କା ପାଇଁ ଆଜି ସବୁ ନାଟ। କିଛି ଲୋକ ଅଳ୍ପ ଚେଷ୍ଟା କରି ବି ମା ଲକ୍ଷ୍ମୀ ପ୍ରସନ୍ନ ହୋଇଯାନ୍ତି ତ ଆଉ କିଛି ଲୋକ କଠିନ ରୁ କଠିନ ପରିଶ୍ରମ କରିବା ପରେ ମଧ୍ୟ ଟଙ୍କା ତାଙ୍କ ପାଖରେ ରହେନାହିଁ। ଜ୍ୟୋତିଷ ଅନୁସାରେ ଘରେ ମହଜୁଦ୍‌ ବାସ୍ତୁ ଦୋଷ କାରଣରୁ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି। ଘରୁ ଏହି ବାସ୍ତୁ ଦୋଶକୁ ଦୂର କରିବା ପାଇଁ କିଛି ଜିନିଷ ଆପଣଙ୍କୁ ଆଜି ଜଣାଇବୁ ଯାହାକୁ ରଖିବା ଦ୍ୱାରା କେବେବି ଆପଣଙ୍କ ପାଖରେ ଟଙ୍କାର ଅଭାବ ରହିବନାହିଁ। ତେବେ ଜାଣନ୍ତୁ କଣ ସେହି ୪ ଜିନିଷ।

ଏଥିମଧ୍ୟରୁ ପ୍ରାୟ ଅଧିକାଂଶ ଲୋକଙ୍କ ଘରେ ଦେଖିବାକୁ ମିଳେ

ଲାଫିଙ୍ଗ ବୁଦ୍ଧ: ଘରେ ଧନ ବଢ଼ାଇବା ପାଇଁ ଲାଫିଙ୍ଗ ବୁଦ୍ଧ ରଖିବାକୁ ଶୁଭ ବୋଲି ଧରାଯାଇଛି। ଏଠାରେ ଧ୍ୟାନ ଦିଅନ୍ତୁ ଯେ ଲାଫିଙ୍ଗ ବୁଦ୍ଧଙ୍କର ଯେଉଁ ଷ୍ଟାଚ୍ୟୁ ଆପଣ ରଖିବେ ତାହା ଦୁଇ ଇଞ୍ଚରୁ ଅଧିକ ବଡ ହୋଇନଥିବ। ଏହାଦ୍ୱାରା ଆପଣଙ୍କ ଘରେ କେବେବି ଧନର ଅଭାବ ରହିବନାହିଁ।

ଚାଇନିଜ୍‌ ମୁଦ୍ରା
ଚାଇନିଜ ମୁଦ୍ରାକୁ ଫେଙ୍ଗସୁଇରେ ବହୁତ ଖାସ୍‌ ବୋଲି ଧରାଯାଇଛି। ଯଦି ତିନିଟି ମୁଦ୍ରାକୁ ଲାଲ ରିବନରେ ବାନ୍ଧି ଘରେ ରଖିଦେବେ ତାହେଲେ ଘରର ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଏବେ ପ୍ରଶ୍ନ ଏୟା ଉଠୁଛି ଯେ ତିନିଟି ମୁଦ୍ରା କାହିଁକି? କାରଣ ତିନିଟି ମୁଦ୍ରାକୁ ତ୍ରିଭୂବନର ପ୍ରତିକ
ବୋଲି ଧରାଯାଇଛି। ମୁଖ୍ୟତଃ ତିନି ଦେବୀଙ୍କର ବି ପ୍ରତିକ ଧରାଯାଏ।

ଘୋଡା ନାଲ
ଘୋଡାର ନାଲରେ ଲେମ୍ବୁ ଲଙ୍କା ଲଗାଇ ଘରର ମୁଖ୍ୟ ଦ୍ୱାରର ଠିକ ତଳେ ମଝିରେ ଟାଙ୍କି ଦିଅନ୍ତୁ। ଏହାଦ୍ୱାରା ଘରକୁ କାହାର ନଜର ଲାଗିବନାହିଁ। ଏହାଦ୍ୱାରା ଘର ସୁରକ୍ଷିତ ରହିଥାଏ ଏବଂ ସବୁବେଳେ ସୁଖ-ସମୃଦ୍ଧି ବାସ କରିଥାଏ। ଏହା ଘରୁ ଅଲକ୍ଷ୍ମୀକୁ ଦୂର କରିଦେଇଥାଏ।

ଓ୍ଵିଣ୍ଡ ଚାଇମ୍‌
ଘରେ ଓ୍ଵିଣ୍ଡ ଚାଇମ୍‌ ଲଗାଇବା ଦ୍ୱାରା ଏହା ସକାରାତ୍ମକ ଶକ୍ତିର ସଞ୍ଚାରକୁ ବଢ଼ାଇଥାଏ। ଯାହାର ସିଧା ପ୍ରଭାବ ଆମ ଭାଗ୍ୟ ଉପରେ ପଡିଥାଏ। ଓ୍ଵିଣ୍ଡ ଚାଇମର ଧ୍ୱନିରେ ଘରର ବାସ୍ତୁ ଦୋଶ ଦୂର ହୋଇଯାଇଥାଏ। ଏହା ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିବାରେ ସାହାଯ୍ୟ କରେ।

Spread the love