ଘରେ କରନ୍ତୁ ଫେସିଆଲ

ରଜରେ ସଜବାଜ ହେବାକୁ କେଉଁ ଝିଅ ବା ନ ଚାହେଁ। ତେବେ ସଜବାଜ ପୂର୍ବରୁ ଯଦି ପାର୍ଲର ଯିବାକୁ ଭୁଲିଯାଇଛନ୍ତି ତେବେ ଘରେ କରନ୍ତୁ ଫେସିଆଲ୍‌…

ବେସନ ପ୍ୟାକ୍‌ – ଏକ ବଡ଼ ଚାମଚ ବେସନ, ଏକ ଛୋଟ ଚାମଚ ଅର୍ଗାନିକ୍‌ ହଳଦୀ ଗୁଣ୍ଡ, ୧ ଚାମଚ ମହୁ ଓ ୨ ବଡ଼ ଚାମଚ କ୍ରିମ୍‌କୁ ନେଇ ଭଲଭାବେ ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ। ଶୁଖିବା ପରେ ଗୋଲାପ ଜଳ ଲଗାଇ ଗୋଲାକାରରେ ଘଷି ଧୋଇଦିଅନ୍ତୁ। ସପ୍ତାହକୁ ଅତିକମ୍‌ରେ ଦୁଇ ଥର ଏପରି ଫେସିଆଲ କଲେ ତ୍ୱଚାର ଚମକ ଢେର୍‌ ବୃଦ୍ଧି ପାଇବ।
ଚାଉଳ ପ୍ୟାକ୍‌ – ୨ ଚାମଚ ଚାଉଳ ଗୁଣ୍ଡରେ ୧ ଚାମଚ କ୍ରିମ୍‌ ଓ ଗୋଲାପ ଜଳ ମିଶାଇ ପ୍ୟାକ୍‌ ତିଆରି କରନ୍ତୁ। ଏହାକୁ ମୁହଁ ଏବଂ ବେକରେ ଲଗାଇ ଶୁଖିବା ପରେ ହାଲ୍‌କା ମସାଜ୍‌ କରି କିଛି ସମୟ ପରେ ମୁହଁ ଧୋଇଦିଅନ୍ତୁ। ଏପରି କରିବା ଦ୍ୱାରା ତ୍ୱଚା ମୁଲାୟମ ହେବ।କଦଳୀ ପ୍ୟାକ୍‌ – ୧ ବଡ଼ କଦଳୀକୁ ଭଲଭାବେ ପେଷ୍ଟ କରି ସେଥିରେ ୧ ଚାମଚ ମହୁ ଓ ଅଳ୍ପ ଚନ୍ଦନ ପାଉଡର ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ କିଛି ସମୟ ମସାଜ୍‌ କରିବା ପରେ ଧୋଇଦିଅନ୍ତୁ।
ଗୋଲାପଫୁଲ ପ୍ୟାକ୍‌ – ୧୫-୨୦ଟି ଗୋଲାପ ଫୁଲ ପାଖୁଡ଼ାକୁ ଗାଢ଼ କ୍ଷୀରରେ ମିଶାଇ ଗ୍ରାଇଣ୍ଡିଂ କରନ୍ତୁ। ଏହି ମିଶ୍ରଣକୁ କିଛି ସମୟ ଫ୍ରିଜ୍‌ରେ ରଖି ମୁହଁ ଓ ବେକରେ ଲଗାନ୍ତୁ। ୧୫ ମିନିଟ୍‌ ପରେ ମୁହଁ ଧୋଇଦିଅନ୍ତୁ। ତ୍ୱଚା ଫ୍ରେଶ୍‌ ଲାଗିବ।

Spread the love