ଘରେ ବସି ହ୍ୱାଟସଆପରେ ମିଳିବ ରାଜସ୍ବ ସେବା, ୨୪ ଘଣ୍ଟା ସେବା ଯୋଗାଇବ ରାଜସ୍ବ ବିଭାଗ
ଭୁବନେଶ୍ୱର : ରାଜସ୍ବ ବିଭାଗରେ ହଟିବ ଦଲାଲି ବ୍ୟବସ୍ଥା । ଏଣିକି ଘରେ ବସି ହ୍ୱାଟସଆପରେ ମିଳିବ ରାଜସ୍ବ ସେବା । ଆଉ ବାରମ୍ବାର ତହସିଲକୁ ଦୌଡିବାକୁ ପଡ଼ିବ ନାହିଁ। ଆଜି ଲୋକସେବା ଭବନରେ ଉନ୍ମୋଚନ ହେଲା ଆମ ସାଥି ସହାୟକ ୟୁନିଫାଏଡ଼ ହ୍ୱାଟସ ଆପରେ ଚାଟ୍ ବଟ । ୯୪୩୭୨୯୨୦୦୦ରେ whatsapp ନଂରେ ରାଜସ୍ବ ବିଭାଗର ୧୭୦ରୁ ଉର୍ଦ୍ଧ ସେବା ମିଳିବ। ୨୪ ଘଣ୍ଟା ସେବା ଯୋଗାଇବ ରାଜସ୍ବ ବିଭାଗ । ସେବା ପାଇବାରେ ସମସ୍ୟା ହେଲେ ରାଜସ୍ବ ବିଭାଗରେ ଅଭିଯୋଗ କରିପାରିବେ ଆବେଦନକାରୀ । ଏହା ସହ ୫୭ଟି ଉପ ନିବନ୍ଧନ କାର୍ଯ୍ୟାଳୟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
