ଚାକିରିରୁ ବିଦା ହେଲେ ଅଙ୍ଗନବାଡ଼ି ଦିଦି, ପ୍ରମାଣପତ୍ର ଓ ଆଧାର କାର୍ଡରେ ରହିଛି ଭିନ୍ନ ଭିନ୍ନ ଜନ୍ମତାରିଖ

ଉଦଳା : ଭିନ୍ନ ଭିନ୍ନ ଜନ୍ମ ତାରିଖ ପାଇଁ ଚାକିରିରୁ ବିଦା ହେଲେ ଅଙ୍ଗନୱାଡି କର୍ମୀ । ମୟୂରଭଞ୍ଜ କପ୍ତିପଦା ବ୍ଲକ ଦେବାନବାହାଳି-୨ ଅଙ୍ଗନୱାଡି କର୍ମୀ ସୁମି ସିଂ ଶମ୍ବୁରାଇ ବହିଷ୍କୃତ ହୋଇଛନ୍ତି ।  ୪ଟି ଭିନ୍ନ ଭିନ୍ନ ଜନ୍ମ ତାରିଖ ଦର୍ଶାଇଥିବାରୁ କାର୍ଯ୍ୟାନୁଷ୍ଠାନ ନେଇଛି ଜିଲ୍ଲା ପ୍ରଶାସନ। ୨୦୨୨ ମସିହାରୁ ଦେବାନବାହାଳୀ-୨ ଅଙ୍ଗନୱାଡି କର୍ମୀ ଭାବେ ଚାକିରି ପାଇଥିଲେ ସୁମି ସିଂ । ତାଙ୍କ ପ୍ରମାଣପତ୍ରରେ ଭିନ୍ନ ଭିନ୍ନ ତାରିଖ ଥିଲା । ସମସ୍ତ ଦସ୍ତାବିଜ ଯାଞ୍ଚ କରିବା ପରେ ଦିଦିଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ନିଜ ଜନ୍ମ ତାରିଖରେ ଚଞ୍ଚକତା କରି ଚାକିରି ହାତେଇଥିବା ଅଭିଯୋଗ ହୋଇଛି।

Spread the love