ଚୋରର ଦୁଃଖ କାହାଣୀ ଶୁଣି, ଘର ମାଲିକ ଦେଲେ ୧୦୦୦ ଟଙ୍କା

ଚୋର  କଥାରେ ତରଳି ଗଲା ଘର ମାଲିକ ଙ୍କ ମନ।  ଚୋରର ଦୁଃଖ କାହାଣୀ ଶୁଣି, ଘର ମାଲିକ ଦେଲେ ୧୦୦୦ ଟଙ୍କା। ପିଲା ଛୁଆଙ୍କ ପାଇଁ ଚୋରି କରିବାକୁ ଆସିଥିବା ବ୍ୟକ୍ତିକୁ ପାଲଟା ହଜାରେ ଟଙ୍କା ଦେଇ ଛାଡ଼ିଦେଲେ ଘର ମାଲିକ। କଥାଟା ଆଶ୍ଚର୍ଯ୍ଯ ଲାଗୁଥିଲେ ବି ସତ। ସୂଚନା ମୁତାବକ, ରୋ‌ଷେଇ ଘରେ ପଶିଥିବା ଚୋରକୁ ପ୍ରଥମେ କାବୁ କଲେ ଘର ମାଲିକ। ମାତ୍ର ତା’ର ଅଭାବୀ ସଂସାର କଥା ଶୁଣିବା ପରେ ଘର ମାଲିକଙ୍କ ମନରେ ଦୟା ଭାବ ଆସିଥିଲା। ଯାହାଫଳରେ ସେ ଉକ୍ତ ଚୋରକୁ ହଜାରେ ଟଙ୍କା ଦେବାସହିତ ଛାଡ଼ି ଦେଇଥିଲେ। ଘର ମାଲିକ ନିଜେ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ। ଅନ୍ଯପଟେ ରୋଷେଇ ଘରୁ ଖାଦ୍ୟ ସାମଗ୍ରୀ ଚୋରି କରୁଥିବା ବ୍ୟକ୍ତିକୁ ସେ ପୋଲିସର ଜିମା ମଧ୍ଯ ଦେଇନଥିଲେ। ଚନ୍ଦ୍ରଶେଖରପୁର ପ୍ରଶାନ୍ତବିହାର ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ତେବେ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

Spread the love