ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ଜଣେ ଅଟକ, ଆତ୍ମାହୁତି ଉଦ୍ୟମର କାରଣ ଜଣାପଡିନାହିଁ

ରାଉରକେଲା : ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ଜଣେ ଅଟକ ।  ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଲେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଛାତ୍ରୀ ।  ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଲାଞ୍ଜିବର୍ନା ଅଞ୍ଚଳରେ ଘଟଣା ଘଟିଛି ।  ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତ ପୋଡିଯାଇଛି ।  ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଆଇଜିଏଚରେ ଭତ୍ତିର୍ କରାଯାଇନ୍ତି ।  ଆତ୍ମାହୁତି ଉଦ୍ୟମର କାରଣ ଜଣାପଡିନାହିଁ ।  ଘଟଣାସ୍ଥଳରେ ପହଂଚିଛନ୍ତି ସୁନ୍ଦରଗଡ଼ ଏସପି ।

ଗତ ଜୁଲାଇ ମାସରେ ରାଜ୍ୟରେ ଦୁଇଜଣ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।  ବାଲେଶ୍ବର ଫକୀର ମୋହନ କଲେଜରେ ଜଣେ ଛାତ୍ରୀ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଆତ୍ମହତ୍ୟା କରିଥିଲେ ।  ସେହିପରି ପୁରୀ ଜିଲ୍ଲା ବଳଙ୍ଗାରେ ନାବାଳିକା ପୋଡି ହୋଇ ମୃତ୍ୟୁ ହୋଇଥିଲା ।

Spread the love