ଛିନତାଇ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ, ୯୭ ଗ୍ରାମ ଓଜନର ବିଭିନ୍ନ ସୁନା ଅଳଙ୍କାର ଜଵତ

କଟକ : ଛିନତାଇ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡକୁ ଧରିଲା ଚୌଦ୍ଵାର ଥାନା ପୋଲିସ ।  ଗତ ଅକ୍ଟୋବର ୧୮ ତାରିଖରେ ଵୀରୁପା ଵ୍ୟାରେଜ ନିକଟରେ ଜଣେ ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟ ଘଟଣାରେ ଥିଲା ସଂପୃକ୍ତି ।  ସିସି ଟିଭି ଛାନଭିନ ପରେ ମିଳିଲା ସୁରାକ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ନେମାଳୋର ବିଶାଳ ମଲ୍ଲିକକୁ ଗିରଫ କଲା କମିଶନରେଟ୍ ପୋଲିସ ।  ଗିରଫ ଅଭିଯୁକ୍ତ ଠାରୁ ୯୭ ଗ୍ରାମ ଓଜନର ବିଭିନ୍ନ ସୁନା ଅଳଙ୍କାର ଜଵତ। ଵିଶାଳକୁ ପଚରାଉଚରା ପରେ ଏହି ଛିନତାଇ ଗ୍ୟାଙ୍ଗ ସମ୍ପର୍କରେ ଅଧିକ ତଥ୍ୟ ମିଳିଛି। ଏହି ଗୋଷ୍ଠୀର ଆଉ କିଛି ଅପରାଧୀ ଖୁବ୍ ଶୀଘ୍ର ଗିରଫ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପିଙ୍କ ସୂଚନା। ଲୁଟ ଅଳଙ୍କାର କିଣିବା ଅଭିଯୋଗରେ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ।

Spread the love