ଜନ୍ ଆବ୍ରହମଙ୍କ ପରେ ଏବେ ଏକତା କପୁର କରୋନା ସଂକ୍ରମିତ, ଫଟୋ ସେୟାର କରି ଲେଖିଲେ ଏମିତି

ନୂଆଦିଲ୍ଲୀ ୦୩/୦୧: ବଲିଉଡରେ ଗୋଟିଏ ପରେ ଗୋଟିଏ ସେଲିବ୍ରେଟ୍ କରୋନା ସଂକ୍ରମିତ ହେଉଛନ୍ତି। ବଲିଉଡରେ ଯେପରି କରୋନାର ବୋମା ବିସ୍ଫୋରଣ ହୋଇଥିବା ପରି ଲାଗୁଛି। ସମ୍ପ୍ରତି ଅର୍ଜୁନ କପୁରଙ୍କ ସମେତ ତାଙ୍କ ପରିବାରର ଅନେକ ଲୋକଙ୍କ କୋଭିଡ ରିପୋର୍ଟ ପଜେଟିଭ୍ ହୋଇଥିଲା। ପରେ ପରେ ଜନ୍ ଆବ୍ରାହମ୍ ଓ ତାଙ୍କ ପତ୍ନୀ ପ୍ରିୟା ମଧ୍ୟ ସଂକ୍ରମିତ ହୋଇଛନ୍ତି।

ଏବେ ନିର୍ମାତା ଏକତା କପୁର କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କର କୋଭିଡ ରିପୋର୍ଟ ସକରାତ୍ମକ ହୋଇଛି। ଏକତା ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି।

ଏକତା ଲେଖିଛନ୍ତି – ‘ସମସ୍ତ ସତର୍କତା ଅବଲମ୍ବନ କରିବା ପରେ ମଧ୍ୟ ମୋର କରୋନା ରିପୋର୍ଟ ପଜିଟିଭ୍ ହୋଇଛି। ମୁଁ ଠିକ୍ ଅଛି ଏବଂ ସେହି ସମସ୍ତ ଲୋକଙ୍କୁ ନିବେଦନ କରୁଛି ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ସମ୍ପର୍କରେ ଆସିଛନ୍ତି ସେମାନେ ନିଜର ଟେଷ୍ଟ କରାଇନିଅିନ୍ତୁ।’

Spread the love