ଜନ ପ୍ରସଙ୍ଗ ଆଗରେ ଫିକା ପଡିଲା ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନକୀ ବାତ୍’!

ଏକ ସମୟ ଥିଲା ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ବେତାର କାର୍ଯ୍ୟକ୍ରମ ‘ମନକୀ ବାତ୍‌’ ଦେଶରେ ଖୁବ୍ ଲୋକପ୍ରୀୟତା ଅର୍ଜନ କରିଥିଲା। ପ୍ରଧାନମନ୍ତ୍ରୀଙ୍କ କଥାକୁ ଲୋକେ କେବଳ ଧ୍ୟାନର ସହ ଶୁଣୁନଥିଲେ ବେଶ୍ ପସନ୍ଦ ମଧ୍ୟ କରୁଥିଲେ। ତେବେ ଗତ କିଛି ସମୟ ହେଲା ଦେଶରେ ଜନକୀ ବାତ୍‌ ଉଠିବାରେ ଲାଗିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ମନକୀ ବାତ କାର୍ଯ୍ୟକ୍ରମ ପ୍ରଭାବହୀନ ହେବାରେ ଲାଗିଲାଣି।

ଡିସେମ୍ବର ମାସର ଶେଷ ରବିବାର ପ୍ରଧାନମନ୍ତ୍ରୀ ବର୍ଷର ଶେଷ ମନକୀ ବାତ୍‌ କରିଛନ୍ତି। ହେଲେ ଏହାର ଶ୍ରୋତାଙ୍କ ସଂଖ୍ୟା ପୂର୍ବ ଭଳି ନଥିବା ବେଳେ ଏହାର ସୋସିଆଲ ମିଡିଆ ଆଟାଚ୍‌ ମେଣ୍ଟରେ ଡିସଲାଇକ୍‌ ବଢିଥିବା ଦେଖାଯାଇଛି। ତେବେ ଲୋକେ କାର୍ଯ୍ୟକ୍ରମ ପ୍ରତି ବିମୁଖ ହେବାର ଯାହା କାରଣ, ତାହା ହେଉଛି ମନର ତତ୍ୱଗତ ବିନ୍ଦୁ ଓ ଏହାର ପରୀକ୍ଷାମୂଳକ ପ୍ରକୃତି ସମ୍ପୂର୍ଣ୍ଣ ଭିନ୍ନ।

ପ୍ରଧାନମନ୍ତ୍ରୀ ବର୍ଷର ଶେଷ ମନକୀ ବାତ ଆରମ୍ଭରେ କହିଥିଲେ ଯେ ୨୦୨୦ ବର୍ଷ ଖୁବ୍ ଆହ୍ୱାନପୂର୍ଣ୍ଣ ଥିଲା। ଅନେକ ପ୍ରକାର ସଂକଟ ମଧ୍ୟ ଆସିଥିଲା। କରୋନା ଯୋଗୁ ସାରା ବିଶ୍ୱର ଯୋଗାଣ ଶୃଙ୍ଖଳରେ ଅନେକ ବାଧା ବି ଦେଖାଦେଇଥିଲା। ତେବେ ପ୍ରତ୍ୟେକ ସଂକଟରୁ ମୁଁ ନୂଆ ଶିକ୍ଷା ନେଇଛି ବୋଲି କହିଛନ୍ତି।

ଏହାସହ ପ୍ରଧାନମନ୍ତ୍ରୀ ଲୋକଙ୍କୁ ନୂଆବର୍ଷରେ ଆପଣମାନେ ଅନେକ ନୂଆ ନୂଆ ସଂକଳ୍ପ ନେଇଥାନ୍ତି ବୋଲି କହିଛନ୍ତି। ତେବେ ଏଥର ନୂଆବର୍ଷରେ ଦେଶଲାଗି ଏକ ନୂଆ ସଂକଳ୍ପ ନିଅନ୍ତୁ ବୋଲି କହିଥିଲେ। ଯେଉଁଥିରେ ଭାରତର ଲୋକଙ୍କ ଶ୍ରମରେ ପ୍ରସ୍ତୁତ ବ୍ୟବହାର ସାମଗ୍ରୀ ନିଶ୍ଚିତ ବ୍ୟବହାର କରିବା ଲାଗି ସଂକଳ୍ପ ନିଅନ୍ତୁ ବୋଲି କହିଛନ୍ତି।

Spread the love