ଜମୁଛି ଖଣ୍ଡଗିରି ଯାତ୍ରା, ସାମିଲ ହେଉଛନ୍ତି ବଲିଉଡ଼ କଳାକାର
ଭୁବନେଶ୍ବର: ଜମୁଛି ଖଣ୍ଡଗିରି ଯାତ୍ରା । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପ୍ରବଳ ଭିଡ଼ । ଯାତ୍ରା ଦେଖିବା ପାଇଁ ବଲିଉଡ଼ରୁ ଜଲିଉଡ଼ ସମସ୍ତ କଳାକାର ଉତ୍ସାହିତ । ଯାତ୍ରାରେ ସାମିଲ ହୋଇଛନ୍ତି ବଲିଉଡ଼ କଳାକାର । ବହୁ ଆଶା ଓ ଅପେକ୍ଷା ପରେ ଯାତ୍ରା ପୂର୍ବରୁ ପିୟୁଷଙ୍କୁ ମଞ୍ଚ ଚଢିବା ପାଇଁ କୋର୍ଟଙ୍କ ଅନୁମତି ମିଳିଥିବାରୁ ଫ୍ୟାନଙ୍କ ମଧ୍ୟରେ ଉତ୍ସାହ ।
ସିଂହ ବାହିନୀର ପ୍ରଥମ ରାତିରେ ‘ତୁ ମୋ ବଜରଙ୍ଗୀ’ ନାଟକ ଦେଖିବାକୁ ଖଣ୍ଡଗିରି ଯାତ୍ରାରେ ପହଞ୍ଚିଛନ୍ତି ବଲିଉଡ଼ ହିରୋଇନ ଐସୁରିଆ ବେହେରା । ଯାତ୍ରାକୁ ନେଇ ତାଙ୍କ ମତାମତ ଓ ଅନୁଭୂତିକୁ ନେଇ ଅଧିକ ଆଲୋଚନା କରିଛନ୍ତି ଆମ ରିପୋର୍ଟର ଶ୍ରୀଧର ଆଚାର୍ଯ୍ୟ ।
