ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ବିଜେପି ନେତାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ସୋଫିୟାନ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ୨ଟି ସ୍ଥାନରେ ଆତଙ୍କବାଦୀ ହମଲା କରିଛନ୍ତି । ଏହି ଘଟଣାରେ ସେହି ଅଞ୍ଚଳର ଜଣେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ଘଟିଥିବା ଥିବା ବେଳେ ୨ ଜଣ ପର୍ଯ୍ୟଟକ ବିଶେଷ ଭାବରେ ଆହତ ହୋଇଛନ୍ତି । ଏହି ଦୁଇ ପର୍ଯ୍ୟଟକ ରାଜସ୍ଥାନର ଜୟପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ଖବର ଅନୁସାରେ , ଜମ୍ମୁ କାଶ୍ମୀରର ସୋଫିୟାନ ଅଞ୍ଚଳରେ ପୂର୍ବତନ ସରପଞ୍ଚ ଐଜାଜ ଅହମ୍ମଦ ବିଜେପିର ନେତା ଥିଲେ । ସେ ତାଙ୍କର କାର୍ଯ୍ୟ ସାରି ଫେରୁଥିବାବୋଳେ ହଠାତ ତାଙ୍କ ଉପରେ ଗୁଳି ଚାଳନା ହୋଇଥିଲା । ଐଜାଜଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲା ଓ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆତଙ୍କବାଦୀଙ୍କ ଆକ୍ରମଣରେ ଆହତ ହୋଇଥିବା ଦୁଇ ପର୍ଯ୍ୟଟକ ଫରହା ଓ ତାଙ୍କର ସ୍ୱାମୀ ଟାବ୍ରେଜଙ୍କୁ ତୁରନ୍ତ କ୍ଷତାକ୍ତ ଅବସ୍ଥାରେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ଅଞ୍ଚଳକୁ ସିଲ କରିଦିଆଯାଇଥିଲା । କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୋସିଆଲ ମିଡ଼ିଆ ଏକ୍ସ ହ୍ୟାଣ୍ଡେଲରେ ଏ ବାବଦରେ ସୂଚନା ଦେଇଛି । ପୋଲିସର ସୂଚନା ମୁତାବକ, ଅନନ୍ତନାଗ ଏବଂ ସୋଫିୟାନ ଅଞ୍ଚଳକୁ ସିଲ କରି ଦିଆଯାଇଛି ଓ ଆତଙ୍କବାଦୀ ମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।

Spread the love