ଜଳେଶ୍ବରରୁ ଅପହରଣ ଖୋର୍ଦ୍ଧାରୁ ଉଦ୍ଧାର, ମାମଲାରେ ସମ୍ପୃକ୍ତ ୩ ଯୁବକ ଅଟକ

ଜଳେଶ୍ବର: ଜଳେଶ୍ବରରୁ ଅପହରଣ ଖୋର୍ଦ୍ଧାରୁ ଉଦ୍ଧାର । ମାମଲାରେ ସମ୍ପୃକ୍ତ ୩ ଯୁବକ ଅଟକ। ଜଳେଶ୍ୱର ମ୍ୟୁନସିପାଲଟି ଅଞ୍ଚଳର ୩ ଜଣ ଯୁବକ ଗତ ଶନିବାର ଦିନ ଜଳେଶ୍ଵର ଥାନା ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ । ନାବାଳିକାଙ୍କୁ ଖୋର୍ଦ୍ଧା ଅଞ୍ଚଳର ଏକ ଘରେ ଲୁଚାଇ ରଖିଥିଲେ। ରବିବାର ଦିନ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ମୋବାଇଲ ଟ୍ରାକ୍ କରି ଜଳେଶ୍ବର ପୋଲିସ ଗତକାଲି ନାବାଳିକାଙ୍କୁ ଖୋର୍ଦ୍ଧାରୁ ଉଦ୍ଧାର କରିଛନ୍ତି । ଏଥିସହ ମାମଲାରେ ସମ୍ପୃକ୍ତ ୩ ଜଣ ଯୁବକଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି ।

Spread the love