ଜାଣିଛନ୍ତି କି ଶରୀର ପାଇଁ କେତେ କ୍ଷତିକାରକ ମାୟୋନିଜ୍ ? ପିଲାଙ୍କ ଉପରେ ପଡିଥାଏ ଏଭଳି ପ୍ରଭାବ

ପିଲା ହୁଅନ୍ତୁ କିମ୍ବା ବୟସ୍କ, ମାୟୋନିଜ୍ ଏପରି ଏକ ଜିନିଷ ଯାହାକୁ ସମସ୍ତେ ଭଲ ପାଆନ୍ତି। ବର୍ଗର, ପିଜ୍ଜା କିମ୍ବା ମୋମୋ, ମାୟୋନିଜ୍ ନଥିଲେ ସ୍ୱାଦ ଫିକା ଲାଗେ। କିଛି ଲୋକ ଏହାକୁ ସାଣ୍ଡୱିଚ୍ ଏବଂ ପାସ୍ତାରେ ମଧ୍ୟ ମିଶାଇ ଖାଆନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ମାୟୋନିଜ୍ ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କି ନୁହେଁ?

ଯଦି ଆପଣ ଏହାକୁ ଖାଇବାକୁ ମଧ୍ୟ ପସନ୍ଦ କରନ୍ତି, ତେବେ ଏହାର କ୍ଷତି ବିଷୟରେ ମଧ୍ୟ ଜାଣିବା ଆବଶ୍ୟକ। କାରଣ ଅଧିକ ମାୟୋନିଜ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ଅନେକ ପ୍ରକାରର କ୍ଷତି ଘଟାଇପାରେ। ତେବେ ଆସନ୍ତୁ ଜାଣିବା ଏହାର ସାଇଡ୍ ଇଫେକ୍ଟ ବିଷୟରେ?

ମଧୁମେହ : ଅଧିକ ମାୟୋନିଜ୍ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବଢିପାରେ। ଯଦି ଆପଣ ଏହାକୁ ପ୍ରତିଦିନ ଖାଉଛନ୍ତି, ତେବେ ମଧୁମେହ ହେବାର ଆଶଙ୍କା ବହୁତ ଅଧିକ। ଆପଣ ପୂର୍ବରୁ ଯଦି ମଧୁମେହର ଶିକାର ହୋଇଥିବେ, ତେବେ ଏହାକୁ ଖାଇବା ଠାରୁ ଦୂରେଇ ରୁହନ୍ତୁ।

ଓଜନ ବୃଦ୍ଧି : ଅଧିକ ମାୟୋନିଜ୍ ଖାଇବା ଦ୍ୱାରା ଆପଣଙ୍କ ଓଜନ ଶୀଘ୍ର ବଢିପାରେ। ଏଥିରେ ଅଧିକ କ୍ୟାଲୋରୀ ଏବଂ ଚର୍ବି ଥାଏ। ଯାହା ଓଜନକୁ ବଢାଇଥାଏ।

ରକ୍ତଚାପ ବୃଦ୍ଧି : ଅଧିକ ମାୟୋନିଜ୍ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପର ସମସ୍ୟା ମଧ୍ୟ ହୋଇପାରେ। ଏଥିରେ ଓମେଗା -6 ଫ୍ୟାଟି ଏସିଡ୍ ପରିମାଣ ବହୁତ ଅଧିକ, ଯେଉଁଥିପାଇଁ ରକ୍ତଚାପ ବଢିଥାଏ । ଏହାର ଅତ୍ୟଧିକ ବ୍ୟବହାର ହୃଦଘାତ ଏବଂ ଷ୍ଟ୍ରୋକ୍ ଭଳି ରୋଗର ଆଶଙ୍କା ମଧ୍ୟ ବଢାଇଥାଏ।

ହୃଦରୋଗର ବିପଦ : ମାୟୋନାଇଜ୍ ପ୍ରେମୀଙ୍କ ପାଇଁ ସବୁଠୁ ବିପଦ ହେଉଛି ଏହାର ବ୍ୟବହାରରେ ହୃଦଘାତର ଆଶଙ୍କା ବଢିଥାଏ। ଗୋଟିଏ ଚାମଚ ମାୟୋନାଜରେ ପ୍ରାୟ ୧.୬ ଗ୍ରାମ ଟାଚୁରେଟେଡ୍ ଫ୍ୟାଟ୍ ଥାଏ । ଏହା ଦ୍ୱାରା କୋଲେଷ୍ଟ୍ରଲ୍ ବଢିଯାଏ, ଯାହା ହୃଦରୋଗର ଆଶଙ୍କାକୁ ବଢାଇଥାଏ।

Spread the love