ଜାନୁଆରୀ ୮ରେ ପାଳନ ହେବ ସ୍ୱାଧୀନତା ସଂଗ୍ରାମୀ ବାଙ୍କ ବିହାରି ଦାସଙ୍କ ଜନ୍ମ ଶତାବ୍ଦୀ

ଭୁବନେଶ୍ୱର ୦୪/୦୧ :   ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ବାଙ୍କ ବିହାରି ଦାସଙ୍କର ଜନ୍ମ ଶତାବ୍ଦୀ ଉତ୍ସବ ଆସନ୍ତା ଜାନୁଆରୀ ୮ ତାରିଖରେ ଭୂବନେଶ୍ୱରରେ ପାଳିତ ହେବାକୁ ଯାଉଛି। ଇନିଷ୍ଟିଚିଉଟ ଅଫ ଇଞ୍ଜିନିୟର୍ସରେ ଭୁବନେଶ୍ୱର ସ୍ଥିତ ୟୁନିଟ ୪ରେ ପୂର୍ବାହ୍ଣ ୧୧ ଟା ସମୟରେ ଏହା ପାଳିତ ହେବ ବୋଲି  ରାଜ୍ୟ ବାଙ୍କବିହାରୀ ଶତାବ୍ଦୀ କମିଟି ମଙ୍ଗଳବାର ଏହି ଘୋଷଣା କରିଛି।

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ରାଷ୍ଟୀୟ ଅଧ୍ୟକ୍ଷ କୁମାର ପ୍ରଶାନ୍ତ  ମୁଖ୍ୟ ଅତିଥି ଓ ପରିବେଶବିତ ଡକ୍ଟର ବନ୍ଦନା ଶିବା ମୁଖ୍ୟ ବକ୍ତା ଭାବେ ଏହି କାର୍ଯ୍ୟକ୍ରମରେ  ଯୋଗ ଦେବେ।  ବାଙ୍କ ବିହାରି ଦାସ ଜଣେ ପୂର୍ବତନ କୃଷକ ନେତା, ବିଧାୟକ ଓ ସାଂସଦ ଥିଲେ। ସେ ଓଡ଼ିଶାର ଅନୁନ୍ନତ ଲୋକ ମାନଙ୍କର ବିକାଶ ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ।

Spread the love