ଜାପାନରେ ୭.୬ ତୀବ୍ରତାର ଭୂମିକମ୍ପ
ଟୋକିଓ: ସୋମବାର ରାତିରେ ଜାପାନରେ ଏକ ବଡ଼ ଧରଣର ଭୂମିକମ୍ପ ଆସିଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୭.୬ ଥିଲା । ଏହା ପରେ ପ୍ରଶାସନ ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇଛି । ଜାପାନ ପାଣିପାଗ ସଂସ୍ଥା (JMA) ଅନୁଯାୟୀ, ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୬ ମାପିଥିଲା। ଏହା ପରେ ଜାପାନର ଉତ୍ତର-ପୂର୍ବ ଉପକୂଳ ପାଇଁ ୩ ମିଟର ପର୍ଯ୍ୟନ୍ତ ସୁନାମି ଆସିପାରେ ବୋଲି ସତର୍କତା ଜାରି କରାଯାଇଛି। କର୍ତ୍ତୃପକ୍ଷ ଉପକୂଳବାସୀଙ୍କୁ ତୁରନ୍ତ ଉଚ୍ଚ ଭୂମିକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି। ହୋକ୍କାଇଡୋ, ଆଓମୋରି ଏବଂ ଇୱାଟେ ପ୍ରାନ୍ତ ପାଇଁ ଏହି ଚେତାବନୀ ଜାରି କରାଯାଇଛି, ଯେଉଁଠାରେ ବିପଦ ସର୍ବାଧିକ। ଭୂମିକମ୍ପର କେନ୍ଦ୍ରସ୍ଥଳ ସମୁଦ୍ରକୂଳ ବୋଲି ରିପୋର୍ଟ କରାଯାଇଛି, କିନ୍ତୁ ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଘରୁ ବାହାରକୁ ଆସିପାରିବେ।
ସୋମବାର ରାତି ପ୍ରାୟ ୧୧.୧୫ ସମୟ (ଭାରତୀୟ ସମୟ ସଂଧ୍ୟା ୭.୪୫) ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ବିଳମ୍ବିତ ରାତିରେ ଲୋକମାନେ ଶୋଇ ଥିବାବେଳେ ଏହି ଭୂମିକମ୍ପ ଆସିଥିବାରୁ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ ।
ଜେଏମଏ କହିଛି ଯେ ସମୁଦ୍ର ଅଶାନ୍ତ ଅଛି ଓ ଖୁବଶୀଘ୍ର ସୁନାମୀ ଆସିପାରେ। ଉତ୍ତର ଏବଂ ପୂର୍ବ ଜାପାନର ବହୁ ସ୍ଥାନରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏଜେନ୍ସି ଲୋକମାନଙ୍କୁ ବେଳାଭୂମିରୁ ଦୂରେଇ ରହିବା ଏବଂ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ନିବେଦନ କରିଛି।
