ଜୁମରେ ଚାଲିଥିଲା ମିଟିଂ : ବିବସ୍ତ୍ର ହୋଇ ଛିଡା ହୋଇଗଲେ ନେତାଙ୍କ ପତ୍ନୀ, ଏମିତି କହିଲେ ଲୋକେ

ନୂଆଦିଲ୍ଲୀ: ମହାମାରୀ  କରୋନା ପାଇଁ  ଜୁମ୍ ଆପ ଦ୍ୱାରା ସରକାରୀ ଅଧିକାରୀ ଓ ନେତାମାନେ ମଧ୍ୟ ଜୁମରେ ବୈଠକ କରୁଛନ୍ତି । ତେବେ ଜୁମରେ ବୈଠକ ଚାଲିଥିବା ବେଳେ ଜଣେ ନେତାଙ୍କ ପତ୍ନୀ ବିବିସ୍ତ୍ର ହୋଇ ଛିଡା ହେବା ଘଟଣା ହେବା ଏବେ ବେଶ୍ ଚର୍ଚ୍ଚାରେ ରହିଛ । ଦକ୍ଷିଣ ଆଫ୍ରିକାରୁ ନଜର ଆସିଛି ଏଭଳି ଘଟଣା । ଯାହାକି ଅନେକ ଲୋକଙ୍କ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି ।

ଦକ୍ଷିଣ ଆଫ୍ରିକାରେ ୨୩ ପାରଂପରିକ ନେତାଙ୍କ ସଂସ୍ଥା ନ୍ୟାସନାଲ ହାଉସ ଅଫ ଟ୍ରାଡିସନାଲ ଲିଡର୍ସର  ଜଣେ ସଦସ୍ୟ ଜୋଲିଲେ ଏନନେଭୁ ଗତ ମଙ୍ଗଳବାର ବୈଠକ ସମୟରେ ପୂର୍ବ କେପଟାଉନରେ କରୋନାରେ ହେଉଥିବା ମୃତ୍ୟୁ ନେଇ ଆଲୋଚନା କରୁଥିଲେ । ଜୁମରେ ଚାଲିଥିଲା ନେତା ମନ୍ତ୍ରୀଙ୍କୁ ନେଇ ହାଇଲେଭଲ ବୈଠକ । ଠିକ୍ ଏହି ସମୟରେ ହଠାତ୍ ଜଣେ ନେତାଙ୍କ ପତ୍ନୀ ବିନା ବସ୍ତ୍ରରେ ପଛରେ ଆସି ଛିଡ଼ା ହୋଇଯାଇଥିଲେ । ତେବେ ନେତା ଜଣଙ୍କ ଜାଣିପାରିନଥିଲେ । ହେଲେ ବୈଠକରେ ସାମିଲ ଥିବା ଅନ୍ୟ ନେତା ଓ ସଦସ୍ୟମାନେ କହିଥିଲେ ମହାଶୟ ଆପଣଙ୍କ ଧର୍ମପତ୍ନୀ ବିନା କପଡ଼ାରେ ସମସ୍ତଙ୍କ ସ୍କ୍ରିନରେ ଦେଖାଯାଉଛନ୍ତି । ଏମିତିକି ଜଣେ ନେତା କହିଥିଲେ ଯେ, ଆପଣଙ୍କ ପତ୍ନୀ ଠିକ ଭାବରେ କପଡ଼ା ପିନ୍ଧି ନାହାନ୍ତି କି । ଆପଣ କ’ଣ ତାଙ୍କୁ କହି ନାହାନ୍ତି କି ଯେ, ଆପଣ ଜୁମ ବୈଠକରେ ଅଛନ୍ତି । ଆମେ ସବୁ କିଛି ଦେଖୁଛୁ । ଆମେ ଯାହା ଦେଖୁଛୁ, ତାହା ସମସ୍ତଙ୍କୁ ବିସ୍ମିତ କରୁଛି ।

Spread the love