ଜୁଲାଇରେ ଆଠଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ୍‌

ଜୁଲାଇ ମାସରେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ତାହାର ସୂଚନା ରଖିବା ନିହାତି ଆବଶ୍ୟକ। କାରଣ ବ୍ୟାଙ୍କ ବନ୍ଦ ହେବା କାରଣରୁ ଆପଣମାନଙ୍କର ଜରୁରୀକାମ ସବୁ ଅଟକି ଯାଇପାରେ। ଏବଂ ଏଥିପାଇଁ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ତେଣୁ ବ୍ୟାଙ୍କ୍‌ କେଉଁକେଉଁ ଦିନ ଛୁଟି ରହିବ, ତାହାର ସୂଚନା ପାଇ ଗଲେ ଛୁଟି ପୂର୍ବରୁ ସେସବୁ କାମକୁ ଶେଷ କରି ପାରିବେ । ଜୁଲାଇ ମାସରେ ପାଖାପାଖି ୮ଦିନ ବ୍ୟାଙ୍କ ବନ୍ଦ ରହିବ। ଅଲଗା ଅଲଗା ରାଜ୍ୟରେ ବ୍ୟାଙ୍କର ଛୁଟି ଅଲଗା ରହିଛି। ବ୍ୟାଙ୍କ ଛୁଟିର ଆରମ୍ଭ ଜୁଲାଇ ୪ରୁ ଆରମ୍ଭ ହୋଇ ଯାଉଛି। ଜୁଲାଇ ୪ରେ ଓଡ଼ିଶାର ସମସ୍ତ ବ୍ୟାଙ୍କ ବନ୍ଦ ରହିବ। କାରଣ ଏହି ଦିନ ପବିତ୍ର ରଥଯାତ୍ରା ପଡ଼ୁଛି।

ସେହିପରି ଜୁଲାଇ ୫ରେ ଶିଖ୍‌ଙ୍କ ଷଷ୍ଠ ଗୁରୁ ହରଗୋବିନ୍ଦ ସିଂହଙ୍କ ଜନ୍ମଦିନ ଅବସରରେ ଜମ୍ମୁ-କଶ୍ମୀରରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଜୁଲାଇ ୧୦ରେ ଅଗରତଲାରେ ବ୍ୟାଙ୍କ ବନ୍ଦ ରହିବ। କାରଣ ଖାରଚି ଶ୍ରଦ୍ଧାଳୁଙ୍କ ଲୋକପ୍ରିୟ ପର୍ବ ଏହି ଦିନ ପାଳନ ହୋଇଥାଏ। ସେହିପରି ଜୁଲାଇ ୧୩ରେ ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ ରହିବ। କାରଣ ଏହା ମାସର ଦ୍ୱିତୀୟ ଶନିବାର ପଡ଼ୁଛି। ଏହାପରେ ଜୁଲାଇରେ ମେଘାଳୟରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ। କାରଣ ଏହି ଦିନ ଲୋକପ୍ରିୟ ପର୍ବ ବେହଦିନଖଲମ ପାଳନ କରାଯାଏ। ଜୁଲାଇ ୧୭ରେ ମେଘାଳୟରେ ବ୍ୟାଙ୍କ ବନ୍ଦ ରହିବ।ଏତଦ୍‌ ବ୍ୟତୀତ ଜୁଲାଇ ୨୩ରେ ପୁଣିଥରେ ଅଗରତଲାରେ ବ୍ୟାଙ୍କ ବନ୍ଦ ରହିବ। ସେହିପରି ଜୁଲାଇ ୨୭ ମାସର ଚତୁର୍ଥ ଶନିବାର ହେତୁ ବ୍ୟାଙ୍କ ଛୁଟି ରହିବ। ଏମିତିରେ ଯଦି ବ୍ୟାଙ୍କ ସହିତ ଜଡ଼ିତ କୌଣସି କାମ ଅଛି ତେବେ ଏହି ଛୁଟି ତାରିଖ ପୂର୍ବରୁ ଶେଷ କରି ଦିଅନ୍ତୁ।

Spread the love