ଜେଲରେ କଏଦୀଙ୍କୁ ମାଡ଼ ନୁହେଁ ଦିଆଯାଏ ମଦ! ଲୋକ ଖେଳନ୍ତି ସ୍ମଗଲିଂ ଗେମ୍

ଜେଲରେ ସାଧାରଣତଃ ନିଜର ଅପରାଧ ପାଇଁ ଦୋଷୀଙ୍କୁ ଦଣ୍ଡ ମିଳିଥାଏ। ଏଠାରେ ପରିବେଶ ସହ ଖାଦ୍ୟ ପେୟ ଏତେ ଖରପା ରହିଥାଏ ଯେ ଜେଲ୍ ନା ଶୁଣୁଶୁଣୁ ଲୋକମାନେ ନାକ ଟେକନ୍ତି। ଆଉ ଜୀବନରେ ଯେମିତି କେବେ ଜେଲ୍ ଖାଇବା କି ରହଣି ନମିଳୁ ବୋଲି ପ୍ରଥାନା କରନ୍ତି। ହେଲେ ଇଂଲଣ୍ଡର ଏଭଳି ଏକ ଜେଲ୍ ରହିଛି ଯେଉଁଠାକୁ କଏଦୀମାନେ ଯିବାକୁ ନିଜ ଆଡୁ ଆଗ୍ରହ ପ୍ରକାଶ କରନ୍ତି କହିଲେ ଚଳେ। ଏଠି କଏଦୀଙ୍କୁ ମାଡ଼ ଗାଳି ନୁହେଁ ମଦ ପିଇବାକୁ ଦିଆଯାଇଥାଏ। ବାସ୍ତବରେ ଏହା ଏକ ବାର୍ ଯାହାକୁ ଜେଲର ରୂପ ଦିଆଯାଇଛି। ଲଣ୍ଡନର ଶର୍ଡିଚରେ ଥିବା ଆଲକୋଟ୍ରାଜ୍ ସେଲ୍ ବ୍ଲକ ଟୁ ଓ୍ବାନ୍ ଟୁ ବାର୍‌କୁ ଜେଲର ଥିମ୍ ଦିଆଯାଇଛି। ସେଠାକୁ ଆସୁଥିବା ସମସ୍ତ ଲୋକଙ୍କୁ କଏଦୀଙ୍କ ଭଳି କମଳା ରଙ୍ଗର ପୋଷାକ ପିନ୍ଧିବାକୁ ଦିଆଯାଇଥାଏ। ଏବଂ ସମସ୍ତଙ୍କୁ ତିଆରି ହୋଇଥିବା ସେଲ୍‌ରେ ବନ୍ଦ କରିଦିଆଯାଇଥାଏ, ସେଠାରେ ତାଙ୍କୁ ମଦ ବା ଅନ୍ୟ ପାନ୍ୟ ପରସା ଯାଏ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସେଠାକୁ ଆସୁଥିବା ଲୋକଙ୍କୁ ଆଲକୋହଲ ସ୍ମଗଲିଂ ଗେମ୍ ଖେଳିବାକୁ ଦିଆଯାଇଥାଏ। ସ୍ମଗଲିଂରେ ସଫଳ ହେବାପରେ ସେଲ୍‌ ଭିତରେ ବସିଥିବା ଏକ୍ସପର୍ଟଙ୍କ ସହିତ ନିଜ ପ୍ରିୟ ଡ୍ରିଙ୍କର ମଜା ନେଇଥାନ୍ତି ଲୋକମାନେ। ଖବର ଅନୁଯାୟୀ, ଏହି ବାର୍‌କୁ ଆସିବା ପରେ ଲୋକଙ୍କୁ ଡ୍ରିଙ୍କ ମେନ୍ୟୁ ଦିଆଯାଏ ନାହିଁ। ବରଂ ସେମାନଙ୍କୁ ଡ୍ରିଙ୍କ ଚୋରି କରି ପିଇବାକୁ ପଡ଼ିଥାଏ। ଆଉ ପାଖରେ ଥିବା ଗାର୍ଡ ଲୋକଙ୍କୁ ଲୁଚାଇବାକୁ ସାହାଯ୍ୟ କରନ୍ତି। ଏହାପରେ ମେଟାଲ ଡିଟେକ୍ଟର ପାଖରେ ଠିଆ ହୋଇ ସେଲ୍‌କୁ ଯିବାକୁ ଅପେକ୍ଷା କରିବାକୁ ପଡ଼ିଥାଏ। ଗୋଟି ଗୋଟି କରି ଲୋକ ଏହା ଭିତରେ ପଶିଥାନ୍ତି। ବାର୍‌ର ଅଫିସିଆଲ ସାଇଟ୍‌ରେ ଏ ବିଷୟରେ ସମସ୍ତ ସୂଚନା ଦିଆଯାଇଛି। ଏହି ବାର୍‌କୁ ଆସିବାକୁ ୩୫.୯୯ ପାଉଣ୍ଡ ଅର୍ଥାର ୩୬୦୦ ଭାରତୀୟ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏଠାକୁ ଯିବାକୁ ଚାହୁଁଥିବା ଲୋକମାନେ ବାର୍‌ର ଓ୍ବେବସାଇଟ୍‌ରେ ଅନଲାଇନ୍ ବୁକ୍ କରିପାରିବେ।

Spread the love