ଟିକା ୧୦୦% ସୁରକ୍ଷା ଦେଇପାରିବ ନାହିଁ; ମାସ୍କ ଜରୁରୀ
କରୋନା ସଂକ୍ରମଣରୁ ରକ୍ଷା ପାଇଁ ଟିକାକରଣ ପ୍ରକ୍ରିୟା ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ତେବେ ଏହି ଟିକା କରୋନା ଭୂତାଣୁ ସଂକ୍ରମଣରୁ ୧୦୦% ସୁରକ୍ଷା ଦେବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। କରୋନା ସଂକ୍ରମଣରୁ ରକ୍ଷା ପାଇଁ ମାସ୍କ ଜରୁରୀ ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି। ମୁମ୍ବଇ ହିନ୍ଦୁଜା ହସ୍ପିଟାଲର ଡାକ୍ତର ଭରେଶ ଡେଢିଆ କହିଛନ୍ତି ଯେ କରୋନା ଟିକା ସଂକ୍ରମଣରୁ କେତେଦୂର ରକ୍ଷା କରିପାରୁଛି ତାହା ଉପରେ ଏବେ କିଛି ଗ୍ୟାରେଣ୍ଟି ଦିଆଯାଇପାରିବ ନାହିଁ। ଟିକାକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହେବା ପରେ ଏହା ଉପରେ କିଛି ଗ୍ୟାରେଣ୍ଟି ଦିଆଯାଇପାରିବ। ଏଥିପାଇଁ ଆଉ ୬ରୁ ୧୨ମାସ ଅପେକ୍ଷା କରିବାକୁ ପଡିବ। େସ ସମୟ ପର୍ଯ୍ୟନ୍ତ ଆମକୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା, ବାହାରେ ବୁଲାବୁଲି ଆଦିରୁ ଦୂରେଇ ରହିବାକୁ ପଡିବ ବୋଲି ଡାକ୍ତର ମାଲା ଭି କାନେରିଆ କହିଛନ୍ତି।