ଟ୍ବିନସିଟିରେ ବିଜୁଳି, ଘଡଘଡି ସହ ବର୍ଷା
ଭୁବନେଶ୍ୱର : ତାତି ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି । ଟ୍ବିନସିଟିରେ ବିଜୁଳି, ଘଡଘଡି ସହ ବର୍ଷା । ବଜ୍ରପାତ ସହ ଝଡ଼ବର୍ଷା ନେଇ ଆଜି ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ ଅନୁଗୁଳ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।
୫୦ରୁ ୬୦ କିମି ବେଗରେ ପବନ ବହିପାରେ। କିଛି ସ୍ଥାନରେ ବିଜୁଳି ସହ ଘଡଘଡି ହୋଇପାରେ । ସେହିପରି ୨୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତା ୫ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।