ଟ୍ରମ୍ପ୍‌ଙ୍କୁ ସ୍ମରଣୀୟ ସ୍ୱାଗତ ଜଣାଇବ ଭାରତ: ମୋଦୀ

ଫେବ୍ରୁଆରି ୨୪ ତାରିଖରେ ଭାରତ ଗସ୍ତରେ ଆସୁଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ଫାଷ୍ଟ୍‍ ଲେଡି ମେଲାନିଆ ଟ୍ରମ୍ପ୍‌ଙ୍କୁ ଭାରତ ଏକ ସ୍ମରଣୀୟ ସ୍ୱାଗତ ଜଣାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।ଟୁଇଟ୍‌ କରି ମୋଦୀ କହିଛନ୍ତି ଯେ ଫେବ୍ରୁଆରି ୨୪ ଓ ୨୫ ତାରିଖ ଦିନ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ପାଇଁ ସେ ଅତ୍ୟନ୍ତ ଆନନ୍ଦିତ। ମହାମାନ୍ୟ ଅତିଥିଙ୍କୁ ଭାରତ ଏକ ସ୍ମରଣୀୟ ସ୍ୱାଗତ ଜଣାଇବ। ଏହି ବିଶେଷ ଗସ୍ତ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ବନ୍ଧୁତାକୁ ଆହୁରି ଦୃଢ଼ କରିବାରେ ସହାୟକ ହେବ।ଅନ୍ୟ ଏକ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି: ଗଣତନ୍ତ୍ର ଏବଂ ପ୍ରାଦେଶିକ ଗଣତନ୍ତ୍ର ବ୍ୟବସ୍ଥା ପ୍ରତି ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସମାନ ପ୍ରତିବଦ୍ଧତା ପୋଷଣ କରନ୍ତି। ଆମ୍ଭମାନଙ୍କ ଦେଶ (ଭାରତ ଓ ଆମେରିକା) ଅନେକ ପ୍ରସଙ୍ଗରେ ବ୍ୟାପକ ସହଯୋଗ କରୁଛି। ଆମର ନିବିଡ଼ ବନ୍ଧୁତା କେବଳ ଆମ ନାଗରିକଙ୍କ ପାଇଁ ନୁହେଁ, ସମଗ୍ର ବିଶ୍ୱ ଲାଗି ହିତକାରୀ ହୋଇପାରିଛି। ଦୁଇ ଦିନିଆ ଗସ୍ତ ସମୟରେ ଟ୍ରମ୍ପ୍‌ ଦିଲ୍ଲୀ ଛଡ଼ା ଅହମଦାବାଦ ଗସ୍ତରେ ଯିବେ। ସେଠାରେ ତାଙ୍କୁ ହଷ୍ଟନ୍‌ର ‘ହାଓଡି ମୋଦୀ!’ କାର୍ଯ୍ୟକ୍ରମ ଶୈଳୀରେ ସମ୍ବର୍ଦ୍ଧନା ଦିଆଯିବ।

Spread the love