ଠାକୁର ଘରେ ରଖନ୍ତୁ ଏହି ଜିନିଷ, ବଢି ଚାଲିବ ଧନ ସମ୍ପତି

ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଅଛୁ ସେହି ୮ଟି ଜିନିଷ ସମ୍ବନ୍ଧରେ ଯେଉଁ ଜିନିଷ ଠାକୁର ଘରେ ରହିବା ଆବଶ୍ୟକ ଅଟେ । ଆମ୍ଭେମାନେ ସାଧାରଣତ ପ୍ରତ୍ୟକ ଦିନ ପୂଜା କରିଥାଉ । ଆମ୍ଭ ପୂର୍ବ ପୁରୁଷ ମାନେ ଯଜ୍ଞ ଦ୍ଵାରା ଭଗବାନ ଙ୍କୁ ଆରାଧନ କରୁଥିଲେ । ବର୍ତ୍ତମାନ ଆମ୍ଭେମାନେ ଆମ୍ଭ ଠାକୁର ଘରେ ବିଭିନ୍ନ ପ୍ରକାରର ଫଟୋ ରଖି ପୂଜା କରୁଛୁ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଇଶାଣ କୋଣ ରେ ଠାକୁର ଘର ରହିବା ଉଚିତ । ଏହା ହେଉଛି ଭଗବାନ ଙ୍କ ସ୍ଥାନ । ଏହା କରିବା ଦ୍ଵାରା ଘରର ସମୃଦ୍ଧି ହୋଇଥାଏ । ଧନ ସମ୍ପତ୍ତି ତଥା ସୁଖ ଶାନ୍ତି ବନି ରହିଥାଏ । ଆଜି ଆମ୍ଭେ ଜାଣିବା କେଉଁ ୮ ଟି ଜିନିଷ ଠାକୁର ଘରେ ରଖିବା ଦ୍ଵାରା ଘରେ ଧନ-ସମ୍ପତ୍ତି ଏବଂ ସୁଖ ଶାନ୍ତି ବଢିଥାଏ । ୧- ପଞ୍ଚାମୃତ, ଏହାର ଅର୍ଥ ହେଉଛି ୫ ପ୍ରକାର ଅମୃତ । ଏହା କ୍ଷୀର, ଦହି, ମହୁ, ଘୀଅ ଏବଂ ମିଶ୍ରି ଏହିସବୁ ଜିନିଷ ର ମିଶ୍ରଣରୁ ପ୍ରସ୍ତୁତ ହୋଇଥାଏ । ଏହି ପଞ୍ଚାମୃତ ରେ ରୋଗ ନିବାରଣ ଶକ୍ତି ରହିଥାଏ । ଏହା ମଧ୍ୟ ପୃଷ୍ଟିକର ଅଟେ ।

୨- ଚନ୍ଦନ, ଶାନ୍ତି ଏବଂ ଶୀତଳତାର ପ୍ରତୀକ ହୋଇଥାଏ । ଏଣୁ ଠାକୁର ଘରେ ଏହାକୁ ରଖିବା ଉଚିତ । ଏହି ଚନ୍ଦନ ବାଶନା ରେ ମନ ର ନକାରାତ୍ମକ ଭାବନା ନଷ୍ଟ ହୋଇଥାଏ । ଏହା ସହିତ ଚନ୍ଦନ ଟିକ୍କା ଆମ୍ଭ ମାନଙ୍କୁ ମଥାରେ ଲଗାଇବା ଉଚିତ ।

୩- ଅରୁଆ ଚାଉଳ, ଯେଉଁ ଚାଉଳ ଭାଙ୍ଗି ନଥିବା, ଗୋଟା ଥିବ ଯାହାକୁ ଆମ୍ଭେ ଅକ୍ଷତ ବୋଲି କହିଥାଉ । ଏହା ଲୋକ ମାନଙ୍କୁ ସମ୍ପୂର୍ଣ୍ଣତା ପ୍ରଦାନ କରିଥାଏ । ଏହି ଅରୁଆ ଚାଉଳ ଭଗବାନ ଙ୍କୁ ଅର୍ପଣ କରିବା ବହୁତ ଶୁଭ ବୋଲି ମାନାଯାଇଥାଏ ।

୪- ଫୁଲ, ଏହା ହେଉଛି ସୁନ୍ଦରତାର ପ୍ରତୀକ । ଭଗବାନ ଙ୍କୁ ଫୁଲ ଅର୍ପଣ କରିବା ଦ୍ଵାରା ମନରେ ଖୁସି ଭାବ ଏବଂ ସୁନ୍ଦରତା ଭାବ ଆସିଥାଏ ।

୫- ମିଠା, ଭଗବାନ ଙ୍କୁ ମିଠା ଅର୍ପଣ କରିବାର ଅର୍ଥ ହେଉଛି ଆମ୍ଭେ ଆମ ଜୀବନରେ ସୌମ୍ୟତା ଭାବନା ଆଣିବା ନିମନ୍ତେ ଇଛା ପ୍ରକାଶ କରି ଭଗବାନ ଙ୍କୁ ମିଠା ଅର୍ପଣ କରିବା ।

୬- ଦୀପ, ଭଗବାନ ଙ୍କ ପାଖରେ ଦୀପ ଜାଳିବାର ଅର୍ଥ ଆମ୍ଭେ ଆମ୍ଭ ଜୀବନରେ ଅନ୍ଧକାର ଦୂର କରି ଆଲୋକ ପ୍ରକାଶ କରିବାକୁ ଭଗବାନ ଙ୍କୁ ପ୍ରାର୍ଥନା କରିବା ।

୭- ଘଣ୍ଟି, ଯେଉଁ ସ୍ଥାନରେ ଘଣ୍ଟି ବାଜିବାର ଶବ୍ଦ ଆସେ, ସେହି ସ୍ଥାନରେ ବାତାବରଣ ପବିତ୍ର ହୋଇଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ ।

Spread the love