ଡକାୟତଙ୍କ ଆକ୍ରମଣରେ ଘରମାଲିକ ସମେତ ଦୁଇ ଆହତ
ସୋରୋ : ଗତ ୨୦ ଦିନ ତଳେ ଡକାୟତମାନେ ଦୁଇ ଜଣଙ୍କୁ ଗୁଳି କରି ଲୁଟ ଘଟଣା ମନରୁ ନଲିଭିଣୁ ପୁଣି ଗତ ରାତିରେ ଡକାୟତଙ୍କ ଭୂଜାଲି ଆକ୍ରମଣରେ ଘରମlଳିକ ସମେତ ଦୁଇ ଆହତ ହୋଇ ଗୁରୁତର ହୋଇଛନ୍ତି l ଘର ମାଲିକ ଗୁରୁତର ହୋଇଥିଲେ ମଧ୍ୟ ଡକାୟତଙ୍କୁ ଧରିବାକୁ ସକ୍ଷମ ହୋଇଛନ୍ତି l ସ୍ଥାନୀୟ ଲୋକେ ଡକାୟତ ସନ୍ଦେହରେ ଅନ୍ୟ ଜଣକୁ ଧରି ପୋଲିସ ଜିମା ଦେଇଛନ୍ତି l
ଗତକାଲି ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ନପୂର୍ଣ୍ଣା ରାଇସ ମିଲର ଆୟୁର୍ବେଦିକ ଡାକ୍ତର ତପନ ଦାସ ପରିବାର ସହ ଭଦ୍ରକ ଯାଇଥିଲେ l ରାତି ପ୍ରାୟ ସାଢେ 12ଟା ରେ ଫେରି ଘର ତାଲା ଖୋଲା ଥିବାରୁ ସନ୍ଦେହ କରି ପରିବାର ଘରକୁ ପଶିଥିଲେ l ଘର ଅନ୍ଧାର ସୁଯୋଗ ନେଇ ଜଣେ ଡକାୟତ ଖସିଯିବା ବେଳେ ଡାକ୍ତର ଦାସ ଓ ତାଙ୍କ ପୁତୁରା ଦୀପକ ଡକାୟତକୁ ଧରିବାକୁ ଉଦ୍ୟମ କରିବାରୁ ଡକାୟତ ଦୀପକ ହାତକୁ କାମୁଡିବା ସହିତ ଭୁଜାଲିରେ ଡାକ୍ତର ଦାସଙ୍କ ମୁଣ୍ଡକୁ ଆକ୍ରମଣ କରି ଗୁରୁତର କରିଥିଲେ l ଡ଼ ଦାସ ଓ ପୁତୁରା ଗୁରୁତର ହୋଇ ଡକାୟତକୁ କାବୁ କରି ପଡୋଶୀଙ୍କୁ ଡ଼ାକ ପକାଇବାରୁ ପଡୋଶୀମାନେ ଆସି ଡକାୟତକୁ ଧରି ପୋଲିସ ଜିମା ଦେଇଥିଲେ l
ପରେ ଓଭର ବ୍ରିଜ ଉପରୁ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି l ଡ଼ ଦାସଙ୍କୁ ସୋର ଡାକ୍ତରଖାନରୁ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି l ଜଗତସିଂହପୁର ଆଶ୍ରମ ଅଞ୍ଚଳର ଡକାୟତ ଭରତ ଦାଶକୁ ସୋର ଡାକ୍ତଖାନାରେ ଚିକିତ୍ସା କରିଛି ପୋଲିସ l ଗତ ୨୦ ଦିନ ତଳେ ସୋର ଦୟାନିଧି ପୁର ଗାଁର ରବୀନ୍ଦ୍ର ନାୟକଙ୍କ ଘରେ ଡକାୟତମାନେ ପଶି ଘର ପାଞ୍ଚ ଲୋକଙ୍କୁ ବାନ୍ଧି ଲୁଟ ପାଟ କରିବା ସହ ଭୂଜାଲିରେ ହାଣିଥିଲେ l ଫେରିବା ବେଳେ ଗ୍ରାମର ଦୁଇ ବ୍ୟକ୍ତିଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଥିଲା l ବଳରାମ ରାଉତଙ୍କ ଛାତିରେ ଗୁଳି ବାଜି ଗୁରୁତର ହୋଇଥିଲେ l ଆଜି ଘଟଣା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି l